ସମୁଦ୍ରରେ ଭାସିଗଲେ ଯୁବକ; ସୁରକ୍ଷିତ ଉଦ୍ଧାର ହେଲେ ୮ଜଣ

ସାଙ୍ଗମାନଙ୍କ ସହିତ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକ ଭାସି ଯାଇଛନ୍ତି। ସଂପୃକ୍ତ ଯୁବକଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଜଗତସିଂହପୁର ଜିଲ୍ଲା ଏରସମା-ସିଆଳି ସମୁଦ୍ରର ଲହଡ଼ିରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି।

Young mad drawn

Young mad drawn Photograph: (sambad.in)

ଜଗତସିଂହପୁର: ସାଙ୍ଗମାନଙ୍କ ସହିତ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକ ଭାସି ଯାଇଛନ୍ତି। ସଂପୃକ୍ତ ଯୁବକଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଜଗତସିଂହପୁର ଜିଲ୍ଲା ଏରସମା-ସିଆଳି ସମୁଦ୍ରର ଲହଡ଼ିରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କର ପରିଚୟ ମିଳିନାରି ନାହିଁ। 

ସୂଚନା ଅନୁସାରେ ଆଜି ଏରସମା-ସିଆଳି ସମୁଦ୍ରରେ ୯ଜଣ ପର୍ଯ୍ୟଟକ ଗାଧୋଉଥିଲେ। ଏଥିରୁ ଜଣେ ଯୁବକ ହଠାତ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପରେ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଆଉ ୮ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe