ପାରିବାରିକ ଅଶାନ୍ତି ପାଇଁ ଜୀବନ ହାରିଲେ ଯୁବକ

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ଚନ୍ଦନମୁଖା ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଗୁରୁବାର ଅପରାହ୍ନ ସାଢେ ପାଞ୍ଚଟାରେ ଗାଁ ପାଖ ଏକ ଗଛରୁ ଜବତକରି ତଦନ୍ତ ଆରମ୍ଭକରିଛି ପୁଲିସ l

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ଚନ୍ଦନମୁଖା ଗ୍ରାମର ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଗୁରୁବାର ଅପରାହ୍ନ ସାଢେ ପାଞ୍ଚଟାରେ ଗାଁ ପାଖ ଏକ ଗଛରୁ ଜବତକରି ତଦନ୍ତ ଆରମ୍ଭକରିଛି ପୁଲିସ l ମୃତକ ଜଣକ ହେଉଛନ୍ତି ଚନ୍ଦନମୁଖା ଗ୍ରାମର ଜୟନ୍ତ ପାଟବନ୍ଧାର ପୁଅ ସପନ ପାଟବନ୍ଧାl

ସପନଙ୍କ ସ୍ତ୍ରୀ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ପଳାଇଥିବା ବେଳେ ସେବେଠାରୁ ସପନ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେl ଶେଷରେ ଗୁରୁବାର ଅପରାହ୍ନରେ ଘରୁ ପଳାଇ ଆସିଥିବା ବେଳେ ଗାଁ ପାଖ ମା'ଗଡ଼ଚଣ୍ଡୀ ଠାକୁରାଣୀ ନିକଟ ଏକ ଗଛରେ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟଲୋକେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl 

ବୈଶିଙ୍ଗା ଥାନା ସବ ଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ l ଏନେଇ ୮ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ସପନଙ୍କ ଝୁଲନ୍ତା ମୃତଦେହକୁ ଜବତ କରାଯାଇଥିବା ବେଳେ ଶୁକ୍ରବାର ଶଵ ବ୍ୟବଚ୍ଛେଦ ହେବାନେଇ ବୈଶିଙ୍ଗା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe