ଝାରସୁଗୁଡ଼ା: ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲିର ଆୟୋଜନ ହେବାକୁ ଯାଉଛି। ଏହି ରାଲି ପୂର୍ବରୁ ଏକ ଦୁଃଖଦ ଖବର ଆସିଛି। ଅଭ୍ୟାସ ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଗୋବିନ୍ଦ କୋମଲ, ଯିଏକି ନେପାଳର ବାସିନ୍ଦା।
ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ଝାରସୁଗୁଡ଼ାରେ ନିଯୁକ୍ତି ରାଲି ରହିଛି। ଏଥି ପାଇଁ ବହୁ ସଂଖ୍ୟାରେ ପ୍ରାର୍ଥୀମାନେ ଝାରସୁଗୁଡ଼ା ପହଞ୍ଚିଛନ୍ତି। ଓଡ଼ିଶା ଷ୍ଟେଟ୍ ଆର୍ମ ପୁଲିସ (ଓଏସଏପି)ର ୨ୟ ବାଟାଲିୟନରେ ହେବାକୁ ଥିବା ଯବାନ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ ଗୋବିନ୍ଦ କୋମଲଙ୍କ ମୃତ୍ୟୁ ଘଟିଛି।
ଆଜି ରିଜର୍ଭ ପୁଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ହୃଦଘାତରେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Jharsuguda
Follow Us