ରାବଣଦହନ ବେଳେ ଅଘଟଣ: ଯୁବକଙ୍କ ଛାତିରେ ପଡ଼ିଲା ବାଣ

Advertisment

ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନ ହୋଇଛି। ଏହି ଅବସରରେ ସହରରେ ରାବଣଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ସେକ୍ଟର-୧୩ ମେଲଣ ପଡ଼ିଆରେ ଆୟୋଜିତ ରାବଣଦହନ ସମୟରେ ଏକ ଅଘଟଣ ଘଟିଛି, ଯେଉଁଠି ଜଣେ ବ୍ୟକ୍ତି ଗୁରୁତର ଅଛନ୍ତିl

ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନ ହୋଇଛି। ଏହି ଅବସରରେ ସହରରେ ରାବଣଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ସେକ୍ଟର-୧୩ ମେଲଣ ପଡ଼ିଆରେ ଆୟୋଜିତ ରାବଣଦହନ ସମୟରେ ଏକ ଅଘଟଣ ଘଟିଛି, ଯେଉଁଠି ଜଣେ ବ୍ୟକ୍ତି ଗୁରୁତର ଅଛନ୍ତିl

rkl

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନ ହୋଇଛି। ଏହି ଅବସରରେ ସହରରେ ରାବଣଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ସେକ୍ଟର-୧୩ ମେଲଣ ପଡ଼ିଆରେ ଆୟୋଜିତ ରାବଣଦହନ ସମୟରେ ଏକ ଅଘଟଣ ଘଟିଛି। ନିଆଁ ଲାଗିଥିବା ବାଣ ଛାତିରେ ପଡ଼ିବାରୁ ଜଣେ ଯୁବକ ଗୁରୁତର ଅଛନ୍ତିl ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ‌ହେଲେ ରାକେଶ। 

ରାକେଶ ଅନ୍ୟ ଦର୍ଶକମାନଙ୍କ ଭଳି ଆତାସବାଜି ଦେଖୁଥିଲେ। ଏହି ସମୟରେ ନିଆଁ ଲାଗିଥିବା ଏକ ବାଣ ଆସି ରାକେଶଙ୍କ ଛାତିରେ ବାଜିଲା। ଫଳରେ ଆଘାତ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଦଶହରା ପୂଜା ସମିତି ପକ୍ଷରୁ ସେକ୍ଟର-୧୩ ମେଳଣ ପଡିଆରେ ରାବଣପୋଡି ଉତ୍ସବ ଆୟୋଜିତ ହୋଇଥିଲାl ରାଉରକେଲା ସହର ସମେତ ଏହାର ଆଖପାଖ ଅଂଚଳରୁ ହଜାର ହାଜର ଦର୍ଶକ ଆତସବାଜି ଦେଖିବାକୁ ଏକାଠି ହୋଇଥିଲେ। ରାବଣପୋଡ଼ି ଦେଖିବାକୁ କାଳୁଙ୍ଗା ଅଞ୍ଚଳର ରାକେଶ ନାମକ ଯୁବକ ମଧ୍ୟ ଆସିଥିଲେ। ସମାରୋହରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତି, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ଏସପି ନୀତେଶ ୱାଧୱାନୀ ଅତିଥି ଭାବେ ଉପସ୍ଥିତ ଥିଲେl ଆତସବାଜି ଚାଲିଥିଲା ବେଳେ ଗୋଟିଏ ବାଣ ଫୁଟି ବ୍ୟକ୍ତିଙ୍କ ଛାତି ଉପରେ ପଡିଥିଲା l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe