ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଶାନ୍ତିନଗର ଅଞ୍ଚଳରେ ଆଜି ଅପରାହ୍ଣରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏହି ଘଟଣାରେ ଉକ୍ତ ଅଞ୍ଚଳର ଜନୈକ ବ୍ୟବସାୟୀ ରାକେଶ ଓରାମ (୩୦) ଗୁରୁତର ହୋଇଛନ୍ତି। ରାକେଶଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପ୍ଡ଼ିଛି। ଗୁଳିଟି ରାକେଶଙ୍କ କାନ୍ଧରେ ବାଜି ବାହାରି ଯାଇଥିବା ସୂଚନା ମିଳିଛି।
ରାକେଶ ଓ ରାଜୁ ନାମକ ଜଣେ ଯୁବକଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ରହିଥିଲା। ଆଜି ଦିନ ପ୍ରାୟ ୩ଟା ସମୟରେ ରାକେଶ ଘରେ ଥିବା ବେଳେ ରାଜୁ ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲା। ରାକେଶ ଓ ତାଙ୍କ ପରିବାର ଲୋକେ ଏହାର ବିରୋଧ କରିବାରୁ ରାଜୁ ସାଙ୍ଗରେ ଧରିଥିବା ବନ୍ଧୁକରୁ ଗୁଳି ଚାଳନା କରିଥିଲା।
ସୂଚନା ପାଇ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ ଆରମ୍ଭ କରିଛି। ଅଞ୍ଚଳବାସୀଙ୍କ କହିବା ଅନୁସାରେ ରାକେଶ ଓ ସେହି ଅଞ୍ଚଳରେ ରହୁଥିବା ରାଜୁ ନାମକ ଜଣେ ଯୁବକଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ରହିଥିଲା। ଆଜି ଦିନ ପ୍ରାୟ ୩ଟା ସମୟରେ ରାକେଶ ଘରେ ଥିବା ବେଳେ ରାଜୁ ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲା। ରାକେଶ ଓ ତାଙ୍କ ପରିବାର ଲୋକେ ଏହାର ବିରୋଧ କରିବାରୁ ରାଜୁ ସାଙ୍ଗରେ ଧରିଥିବା ବନ୍ଧୁକରୁ ଗୁଳି ଚାଳନା କରିଥିଲା। ଗୁଳିମାଡ଼ର ଶିକାର ହେଲା ପରେ ରାକେଶ ତଳେ ପଡ଼ି ଯାଇଥିଲେ। ପୁଲିସ ପହଞ୍ଚିଲା ପରେ ରାକେଶଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।
Follow Us