ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମି ଥାନା ଅଧୀନରେ ଥିବା ବାଲିମି ଗ୍ରାମର ନରୋତ୍ତମ ବେହେରା(୫୦)ଙ୍କୁ ହାତୀ ଆକ୍ରମଣ ପରେ ତାଙ୍କର ଜୀବନ ଚାଲିଯାଇଛି। ବନ ବିଭାଗ ଓ ପୁଲିସ କର୍ମଚାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

elephant

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମି ଥାନା ଅଧୀନରେ ଥିବା ବାଲିମି ଗ୍ରାମର ନରୋତ୍ତମ ବେହେରା(୫୦)ଙ୍କୁ ହାତୀ ଆକ୍ରମଣ ପରେ ତାଙ୍କର ଜୀବନ ଚାଲିଯାଇଛି।

ଆଜି ଭୋର୍ ସମୟରୁ ଦୁଇ ଜଣ ଶୌଚ ହୋଇ ଫେରୁଥିବା ବେଳେ ନୂଆ ବନ୍ଧ ନିକଟରେ ବୁଦା ଭିତରେ ଥିବା ହାତୀକୁ ଉଭୟେ ଜାଣି ପାରି ନଥିଲେ। ଆଗରେ ଯାଉଥିବା ନରୋତ୍ତମଙ୍କୁ ଘୋଷାଡି ନେଇ ମାରି ଦେଇଥିଲା ହାତୀ। ପାଖରେ ଥିବା ଅନ୍ୟ ଯୁବକ ପ୍ରାଣ ବିକଳରେ ଚାଲି ଯାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲା। ଖବର ପାଇ ବାଲିମି ଗ୍ରାମର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି। ବନ ବିଭାଗ ଓ ପୁଲିସ କର୍ମଚାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ ଆଜି ଭୋର୍ ସମୟରୁ ଦୁଇ ଜଣ ଶୌଚ ହୋଇ ଫେରୁଥିବା ବେଳେ ନୂଆ ବନ୍ଧ ନିକଟରେ ବୁଦା ଭିତରେ ଥିବା ହାତୀକୁ ଉଭୟେ ଜାଣି ପାରି ନଥିଲେ। ଆଗରେ ଯାଉଥିବା ନରୋତ୍ତମଙ୍କୁ ଘୋଷାଡି ନେଇ ମାରି ଦେଇଥିଲା ହାତୀ। ପାଖରେ ଥିବା ଅନ୍ୟ ଯୁବକ ପ୍ରାଣ ବିକଳରେ ଚାଲି ଯାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲା। ଖବର ପାଇ ବାଲିମି ଗ୍ରାମର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି। ବନ ବିଭାଗ ଓ ପୁଲିସ କର୍ମଚାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe