ଗାଁ ଦାଣ୍ଡରେ ସାଙ୍ଗକୁ ହତ୍ୟା କଳା ସାଙ୍ଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମୁଡକାନୀ ଗାଁରେ ସୋମବାର ସାଙ୍ଗକୁ ଗାଁ ଦାଣ୍ଡ ପହର ମଣ୍ଡପରେ ହତ୍ୟା କଳା ସାଙ୍ଗ। ମୃତ ଯୁବକ ହେଲେ କି‌ଶୋର ପରାଭୁଏ। 

Kantabanji

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମୁଡକାନୀ ଗାଁରେ ସୋମବାର ସାଙ୍ଗକୁ ଗାଁ ଦାଣ୍ଡ ପହର ମଣ୍ଡପରେ ହତ୍ୟା କଳା ସାଙ୍ଗ। ମୃତ ଯୁବକ ହେଲେ କି‌ଶୋର ପରାଭୁଏ। 

ସୂଚନା ଅନୁସାରେ ସେହି ଗାଁ କିଶୋର ପରାଭୁଏ ଏବଂ ତାଙ୍କ ଅନ୍ୟ ଜଣେ ସାଙ୍ଗ ଶ୍ରୀଧର ଶବର ଗାଁ ପହର ମଣ୍ଡପରେ ବସି ଉଭୟ କଥା ହେଉଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ଯ କଥା କଟାକଟି ହୋଇଥିବା ପରେ ଶ୍ରୀଧର କିଶୋରକୁ ଆକ୍ରମଣ କରିଥିବା ଯାହାଫଳରେ ଘଟଣାସ୍ଥଳରେ କିଶୋରଙ୍କ ମୃତ୍ଯୁ ହୋଇଥିଲା। ପରେ ଗାଁ ଉତ୍ତେଜନା ଦେଖା ଦେଇଥିଲା।

ଖବର ପାଇ ଘଟଣାସ୍ଥଳରେ ତୁରେକେଲା ପୁଲିସ ପହଞ୍ଚି ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ତୁରେକେଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe