ଜନ୍ମଦିନ ପୂର୍ବରୁ ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ଅସିମିଳା ଗାଁର ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ l ଯୁବକ ଜଣକ ହେଉଛନ୍ତି ସୁବ୍ରତ ପଣ୍ଡା l ସେ ଏକ ଟେଣ୍ଟ ହାଉସରେ କାମ କରୁଥିବା ବେଳେ ଆଜି ସଂନ୍ଧ୍ୟାରେ ଟେଣ୍ଟ ହାଉସ ମାଲିକଙ୍କ ଘରକୁ ଯାଇଥିଲେl

ବାଲେଶ୍ୱର ଜିଲ୍ଲା ସୋର ଥାନା ଅସିମିଳା ଗାଁର ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ l ଯୁବକ ଜଣକ ହେଉଛନ୍ତି ସୁବ୍ରତ ପଣ୍ଡା l ସେ ଏକ ଟେଣ୍ଟ ହାଉସରେ କାମ କରୁଥିବା ବେଳେ ଆଜି ସଂନ୍ଧ୍ୟାରେ ଟେଣ୍ଟ ହାଉସ ମାଲିକଙ୍କ ଘରକୁ ଯାଇଥିଲେl

Subrat Panda

Subrat Panda Photograph: (Sambad.in )

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅସିମିଳା ଗାଁର ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁl ଯୁବକ ଜଣକ ହେଉଛନ୍ତି ସୁବ୍ରତ ପଣ୍ଡା l ସେ ଏକ ଟେଣ୍ଟ ହାଉସରେ କାମ କରୁଥିବା ବେଳେ ଆଜି ସଂନ୍ଧ୍ୟାରେ ଟେଣ୍ଟ ହାଉସ ମାଲିକଙ୍କ ଘରକୁ ଯାଇଥିଲେl ତେବେ ଟେଣ୍ଟ ହାଉସ ମାଲିକଙ୍କ ଘର ପାଖରେ ଏକ ତାର ପଡ଼ିଥିବା ବେଳେ ତାରଟିରେ ବିଦ୍ୟୁତ ନଥିବା ଭାବି ତାରଟିକୁ ଧରିପକାଇଥିଲେl ତେଣୁ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେl 

ତେଣୁ ତାଙ୍କୁ ତୁରନ୍ତ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl ସୁବ୍ରତଙ୍କର ଆସନ୍ତାକାଲି ଜନ୍ମଦିନ ଥିବା ବେଳେ ୨ ବର୍ଷ ତଳେ ବିବାହ କରିଥିଲେl ଆଉ ତାଙ୍କର ୬ ମାସର ଶିଶୁ କନ୍ୟା ଟିଏ ଅଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe