ବାଇକ୍‌ ଆରୋହୀ ଯୁବକଙ୍କୁ ଚାପିଦେଲା ଲକ୍ଷ୍ମୀ ବସ୍‌

ସକାଳ ପ୍ରାୟ ୯ଟାରେ ପ୍ରଭଞ୍ଜନ ଘରୁ ଖାଇ ପିଇ ଆବଶ୍ୟକୀୟ ସଉଦା ପାଇଁ ବାଇକ୍‌ ନେଇ ବାଲିକୁଦା ବଜାର ଆସୁଥିଲେ। ଏହି ସମୟରେ ବାଲିକୁଦା ବଜାରରୁ ବାନାମ୍ବର ପର୍ଯ୍ୟନ୍ତ ଯାଉଥିବା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ନାଗପୁର ପୋଲ ନିକଟରେ ସିଧାସଳଖ ପ୍ରଭଞ୍ଜନର ବାଇକ୍‌କୁ ଧକ୍କା ଦେଇଥିଲା।

Accident

Accident Photograph: (Sambad )

ଜଗତସିଂଂହପୁର: ବାଲିକୁଦା ଥାନା ଅଧୀନ ଇଚ୍ଛାପୁର ପଞ୍ଚାୟତ ମଲ୍ଲୀକାପୁର ଗ୍ରାମର ସ୍ବର୍ଗତ ଈଶ୍ୱର ସାହୁଙ୍କ ଏକମାତ୍ର ପୁତ୍ର ପ୍ରଭଞ୍ଜନ ସାହୁ(୪୨)ଙ୍କ ଲକ୍ଷ୍ମୀ ବସ୍‌ ଦୁର୍ଘଟଣାରେ ଅକାଳ ମୃତ୍ୟ ଘଟିଛି।

ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟାରେ ପ୍ରଭଞ୍ଜନ ଘରୁ ଖାଇ ପିଇ ଆବଶ୍ୟକୀୟ ସଉଦା ପାଇଁ ବାଇକ୍‌  (ଓଆର ୨୧ଇ ୦୭୩୧) ନେଇ ବାଲିକୁଦା ବଜାର ଆସୁଥିଲେ। ଏହି ସମୟରେ ବାଲିକୁଦା ବଜାରରୁ ନିୟମିତ ପରି ଭାୟା ନାଗପୁର, କୂଳଉପର ଦେଇ ବାନାମ୍ବର ପର୍ଯ୍ୟନ୍ତ ଯାଉଥିବା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ  (ଓଡି୨୧ ଆର ୧୬୧୩) ନାଗପୁର ପୋଲ ନିକଟରେ ସିଧାସଳଖ ପ୍ରଭଞ୍ଜନର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ସେହିଠାରେ ହିଁ ପ୍ରଭଞ୍ଜନର ପ୍ରାଣ ବାୟୁ ଉଡି ଯାଇଥିଲା। ସ୍ଥାନୀୟ ଲୋକେ ବସ୍‌କୁ ଅଟକ ରଖିବା ସହ ବାଲିକୁଦା ପୁଲିସକୁ ସୂଚନା ଦେଇଥିଲେ। ଏପରିକି ଆମ୍ବୁଲାନ୍ସ ମାଧ୍ୟମରେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ ହୋଇଥିବା ସୂଚନା ଦେଇଥିଲେ।

ସ୍ଥାନୀୟ ଜିଲ୍ଲା ପରିଷଦ ଡଲି ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ବାଲିକୁଦା ତହସିଲଦାରଙ୍କୁ ସୂଚନା ଦେଇଥିଲେ। ତହସିଲଦାର ମୃତକଙ୍କ ପତ୍ନୀ ରଶ୍ମିତା ସାହୁଙ୍କୁ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ୧୦ ହଜାର ସହାୟତା ରାଶି ପ୍ରଦାନ କରିବା ସହ ସରକାରୀସ୍ତରରେ ଯାହା ସହଯୋଗ କରିହେବ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାଲିକୁଦା ପୁଲିସ ଉଭୟ ଗାଡିକୁ ଜବତ କରି ଥାନା ପରିସରକୁ ଆଣିଥିବା ବେଳେ ବସ୍‌ ଚାଳକ ଅର୍ଜୁନ ବେହେରାକୁ ଅଟକ ରଖିଛି।

ଏପଟେ ମୃତକ ବଡ଼ ବାପା ପୁଅ ମନୋଜ ସାହୁଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ମେଡିକାଲକୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଥିବା ବେଳେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି। ହେଲେ ପିତାର ଏହି ମର୍ମନ୍ତୁକ ଦୁର୍ଘଟଣା ସମ୍ପର୍କରେ ଏକମାତ୍ର ପୁତ୍ର ଯୁକ୍ତ ୨ କଳା ବିଭାଗ ବାଲିକୁଦା କଲେଜରେ ପାଠ ପଢ଼ୁଥିବା ସୌମ୍ୟରଞ୍ଜନ ସାହୁ ଅବଗତ ନଥିବା ଜଣାପଡିଛି। ଯୁକ୍ତ ୨ ପରୀକ୍ଷା ଚାଲି ଥିବା କାରଣରୁ ଖବର ଶେଷ ସୁଦ୍ଧା ପୁତ୍ର ପରୀକ୍ଷା କେନ୍ଦ୍ରରେ ଥିବା ଜଣାପଡିଛି। ପିତାଙ୍କ ମୃତ୍ୟୁର ପ୍ରଭାବ ପୁତ୍ର ଉପରେ ପଡ଼ିବାର ଆଶଙ୍କା ପ୍ରକାଶ କରିବା ସହ କିଭଳି ଏପରି ଦୁଖଦଃ ମୁହୂର୍ତ୍ତରେ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗ୍ରାମବାସୀ। ପ୍ରଶାସନ ପକ୍ଷରୁ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe