ପୃଥକ ବାଇକ ଦୁର୍ଘଟଣା: ଯୁବକ ମୃତ, ୩ ଆହତ

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ରାତିରେ ପୃଥକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ରାତିରେ ପୃଥକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

accident in bhanjanagar

Accident in Bhanjanagar Photograph: (sambad.in )

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ରାତିରେ ପୃଥକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ଭଞ୍ଜନଗର ଥାନା ଡ଼ୁମାକୁମ୍ପାର ରାଜେନ୍ଦ୍ର କୁମାର ପାତ୍ର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଗାଙ୍ଗପୁର ଥାନା ଅଧିନ ବଡ଼ବୋରସିଂ ନିକଟ ସନ୍ଧିପଲ୍ଲୀ ଗ୍ରାମର ସମୀର ଗୌଡ଼(୨୫) ଓ ଶୁଭମ ପ୍ରଧାନ (୨୦) ବେଲଗୁଣ୍ଠାରୁ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ନୂଆଗାଁ ବ୍ରିଜ ନିକଟରେ ତଳକୁ ଖସି ଗୁରୁତର ହୋଇଥିଲେ। ସମୀରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। 

ଏହି ଦୁର୍ଘଟଣାର କିଛି ସମୟ ପରେ ଅନ୍ୟ ଏକ ବାଇକରେ ଭଞ୍ଜନଗର ଥାନା ଅଧୀନ ଡୁମାକୁମ୍ପା ଗ୍ରାମର ୨ ଜଣ ଯୁବକ ବେଲଗୁଣ୍ଠା ପଟୁ ଘରକୁ ଫେରୁଥିଲେ। ସାମ୍ନାରେ ପୂର୍ବ ଦୁର୍ଘଟଣାରେ ଲୋକ ଜମା ହୋଇଥିବା ବେଳେ ଏହାର କିଛି ଦୂରରେ ସେମାନେ ମଧ୍ୟ ଦୁର୍ଘଟଣାର ଶୀକାର ହୋଇଥିଲେ। କିଭଳି ଦୁର୍ଘଟଣା ଘଟିଲା ସ୍ପଷ୍ଟ ଜଣାପଡିନଥିବା ବେଳେ ଛିଟିକି ପଡିବାରୁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏଥିରେ ଡୁମାକୁମ୍ପାର ରାଜେନ୍ଦ୍ର ପାତ୍ର (୧୮) ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ଦୀପଙ୍କର ପାତ୍ର (୧୯) ଭଞ୍ଜନଗର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ରଞ୍ଜେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକ ତାର ଚକ୍ଷୁ ଦାନ କରିଥିବା ଜଣାପଡିଛି। ଫଳରେ ମୃତ୍ୟୁ ପରେ ବି ସେ ଅମର ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe