Dead by tractor accident Photograph: (sambad.in)
ଲକ୍ଷ୍ମୀପ୍ରସାଦ: ଜଣେ ଯୁବକଙ୍କ ଅଭିଜ୍ଞତା ନଥାଇ ଟ୍ରାକ୍ଟର ଚଳାଇବା ଅନ୍ୟ ପାଇଁ କ୍ଷତି ପହଞ୍ଚାଇଛି। ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ ଥାନା ପଦ୍ମନପୁର ପଂଚାୟତର ଖଲିଗାଁ ଗ୍ରାମରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛିl
ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ଣ ୧ଟାରେ ଖଲିଗାଁ ଗ୍ରାମର ଖେଳ ପଡ଼ିଆ ନିକଟରେ ଟେଣ୍ଟ ସାମଗ୍ରୀ ବୋଝେଇ ଟ୍ରାକ୍ଟରକୁ ଜଣେ ଅନଭିଜ୍ଞ ବ୍ୟକ୍ତି ହଠାତ ଷ୍ଟାର୍ ମାରିଥିଲା। ବ୍ୟାକ୍ ଗିୟର ଦେଇ ପଛକୁ ନେଉଥିଲା। ଟ୍ରାକ୍ଟର ପଛପଟରେ ଜଣେ ଯୁବକ ଅଛନ୍ତି ବୋଲି ଅନଭିଜ୍ଞ ଟ୍ରାକ୍ଟର ଚାଳକ ଜାଣିପାରି ନଥିଲା। ପଛକୁ ଚଳାଇ ଦେବାରୁ ଟ୍ରାକ୍ଟର ପଛରେ ଛିଡା ହୋଇଥିବା ଗ୍ରାମର ମହେଶ ସାହୁ (୨୩) ଧକ୍କା ଖାଇଥିଲେ। ସେ ପଛରେ ଥିବା ଏକ ଗଛରେ ଚାପି ହୋଇଯାଇଥିଲେl
ଟେଣ୍ଟ ସାମଗ୍ରୀ ବୋଝେଇ ଟ୍ରାକ୍ଟରକୁ ଜଣେ ଅନଭିଜ୍ଞ ବ୍ୟକ୍ତି ହଠାତ ଷ୍ଟାର୍ ମାରିଥିଲା। ବ୍ୟାକ୍ ଗିୟର ଦେଇ ପଛକୁ ନେଉଥିଲା। ଟ୍ରାକ୍ଟର ପଛପଟରେ ଜଣେ ଯୁବକ ଅଛନ୍ତି ବୋଲି ଅନଭିଜ୍ଞ ଟ୍ରାକ୍ଟର ଚାଳକ ଜାଣିପାରି ନଥିଲା।
ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ବୌଦ୍ଧ ଡାକ୍ତରଖାନା ନେଇଥିଲେl ସେଠାରେ ମହେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୌଦ୍ଧ ପୁଲିସ୍ ଡାକ୍ତରଖାନାରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପଠାଇଥିଲା। ମୃତଦେହ ସନ୍ଧ୍ୟାରେ ପରିବାରକୁ ହସ୍ତାନ୍ତର କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
Boudh
Follow Us