ଟ୍ରାକ୍ଟର ଦୁର୍ଘଟଣାରେ ଚାଟ୍‌ ଦୋକାନୀ ପୁଅର ମୃତ୍ୟୁ, ବେସାହାରା ହୋଇଗଲେ ମା’

Advertisment

ଜୱାହର ଛକ ନିକଟ ମୀନାବଜାର ଅଞ୍ଚଳକୁ ଋତିକ କୌଣସି କାମରେ ଯାଇଥିଲେ। ଅପରାହ୍‌ଣ ପ୍ରାୟ ୧ଟା ସମୟରେ ସେ ଏକ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେହି ରାସ୍ତାରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା।

ଜୱାହର ଛକ ନିକଟ ମୀନାବଜାର ଅଞ୍ଚଳକୁ ଋତିକ କୌଣସି କାମରେ ଯାଇଥିଲେ। ଅପରାହ୍‌ଣ ପ୍ରାୟ ୧ଟା ସମୟରେ ସେ ଏକ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେହି ରାସ୍ତାରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା।

ଢେଙ୍କାନାଳ: ଟାଉନ୍‌ ଥାନା ଅଧୀନ ମୀନାବଜାର ଅଞ୍ଚଳରେ ଏକ ଦ୍ରୁତଗାମୀ ଟ୍ରାକ୍ଟର ନିୟନ୍ତ୍ରଣ ହରାଇଛି। ଅନିୟନ୍ତ୍ରିତ ଟ୍ରାକ୍ଟରଟି ଏଠାରେ ଦୋକାନ ସମ୍ମୁଖରେ ଛିନା ହୋଇଥିବା ବେଳେ ଜଣେ ଚାଟ୍‌ ଦୋକାନୀ ଯୁବକଙ୍କ ଉପରେ ଚଢ଼ିଯାଇଛି। ଫଳରେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଋତିକ ତନ୍ନା (ଗୁଲୁ)। 

ଟାଉନ୍‌ ଥାନା ଅନ୍ତର୍ଗତ ଜୱାହର ଛକ ନିକଟ ମୀନାବଜାର ଅଞ୍ଚଳକୁ ଋତିକ କୌଣସି କାମରେ ଯାଇଥିଲେ। ଅପରାହ୍‌ଣ ପ୍ରାୟ ୧ଟା ସମୟରେ ସେ ଏକ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେହି ରାସ୍ତାରେ ଏକ ଟ୍ରାକ୍ଟର (ଓଡି ୦୬ ୩୩୮୪) ଯାଉଥିଲା। ଏହାର ଗତି ଦ୍ରୁତ ଥିବାରୁ, ନିୟନ୍ତ୍ରଣ ହରାଇଥିଲା। ସମ୍ଭବତଃ ଟ୍ରାକ୍ଟର ଚାଳକ ମଦ ପିଇଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି। 

ଟ୍ରାକ୍ଟର ଚାଳକ ଘଟଣାସ୍ଥଳରେ ନିୟନ୍ତ୍ରଣ ହରାଇଥିଲେ। ସେ ପ୍ରଥମେ ଋତିକଙ୍କୁ ଧକ୍କା ଦେଇଥିଲେ। ଟ୍ରାକ୍ଟରର ଆଗ ଚକା ତଳେ ଋତିକ ଚାପି ହୋଇ ଯାଇଥିଲେ। ଏହି ଘଟଣା ପରେ ଟ୍ରାକ୍ଟରଟି ଦୋକାନ ଉପରକୁ ମାଡ଼ି ଯାଇଥିଲା। 

ସୂଚନା ପାଇଁ ଢେଙ୍କାନାଳ ଅଗ୍ନିଶମ କାର୍ଯ୍ୟାଳୟର ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୁର୍ଘଟଣାର ସାମ୍ନା କରିଥିବା ଋତିକ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଋତିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

publive-image

ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ଟ୍ରାକ୍ଟର ଚାଳକ ଭଗବାନପୁର ନିବାସୀ ସପନୀ ଦେହୁରୀ ବୋଲି ଜଣାପଡ଼ିଛି। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷେ ଋତିକଙ୍କ ମୃତ୍ୟୁ ପରେ ଉପଯୁକ୍ତ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। 

ସୂଚନାଯୋଗ୍ୟ, ସ୍ବର୍ଗତ ଭୂପତ ତନ୍ନାଙ୍କ ପୁଅ ଋତିକି (ପ୍ରାୟ ୪୫ବର୍ଷ ବୟସ) ମୀନାବଜାର ଅଞ୍ଚଳର ୧୧ ନମ୍ବର ୱାର୍ଡରେ ଏକ ଭଡ଼ା ଘରେ ରହୁଥିଲେ। ‌‌ତାଙ୍କର ସହିତ କେବଳ ମା’ ଥିବା ବେଳେ ସେ ଅବିବାହିତ ଥିଲେ। ସେ ମୀନବଜାର ଅଞ୍ଚଳରେ ଏକ ଚାଟ୍‌ ଦୋକାନ ଖୋଲି ଗୁଜୁରାଣ ମେଣ୍ଟାଉଥିଲେ। ସମ୍ଭବତଃ ଋତିକ ଅଣଓଡ଼ିଆ ଥିଲେ। ଋତିକ୍‌ଙ୍କ ମୃତ୍ୟୁ ପରେ ତାଙ୍କର ମା’ ଏକାକୀ ହୋଇଯାଇଛନ୍ତି। ସେ ଏବେ କେମିତି ବଞ୍ଚିବେ ଓ କ’ଣ କରିବେ କିଛି ଭାବି ପାରୁ ନାହାନ୍ତି। ଋତିକଙ୍କ ମୃତ୍ୟୁ ପରେ ଜିଲ୍ଲା ରେଡକ୍ରସ୍‌ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। 

Accident | Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe