ଅଟୋ-ବାଇକ୍ ଧକ୍କା: ଯୁବକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Advertisment

କାଣ୍ଡଶୋର ଗ୍ରାମର ବୁଧରାୟ ବାସ୍କେଙ୍କ ପୁଅ ବିରର୍ଶିଂ ବାସ୍କେ (୨୦) ଏକ ବାଇକ୍‌ରେ ରାଇରଙ୍ଗପୁର ଦିଗକୁ ଯାଉଥିବା ସମୟରେ ବାଘିଆ ନିକଟସ୍ଥ ବାଲିସୁଦରା ପୋଲ ନିକଟରେ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

କାଣ୍ଡଶୋର ଗ୍ରାମର ବୁଧରାୟ ବାସ୍କେଙ୍କ ପୁଅ ବିରର୍ଶିଂ ବାସ୍କେ (୨୦) ଏକ ବାଇକ୍‌ରେ ରାଇରଙ୍ଗପୁର ଦିଗକୁ ଯାଉଥିବା ସମୟରେ ବାଘିଆ ନିକଟସ୍ଥ ବାଲିସୁଦରା ପୋଲ ନିକଟରେ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

Accident

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅର୍ନ୍ତଗତ ବାଘିଆ ନିକଟରେ ଅଟୋ-ବାଇକ୍ ଧକ୍କା ୧ ମୃତ ୧ ଗୁରୁତର। ସୂଚନା ଅନୁଯାୟୀ କାଣ୍ଡଶୋର ଗ୍ରାମର ବୁଧରାୟ ବାସ୍କେଙ୍କ ପୁଅ ବିରର୍ଶିଂ ବାସ୍କେ (୨୦) ଏକ ବାଇକ୍‌ରେ ରାଇରଙ୍ଗପୁର ଦିଗକୁ ଯାଉଥିବା ସମୟରେ ବାଘିଆ ନିକଟସ୍ଥ ବାଲିସୁଦରା ପୋଲ ନିକଟରେ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ଅଟୋ ସହିତ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଓ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ବାଇକ୍ ଆରୋହୀ ବିରର୍ଶିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅଟୋ ଚାଳକ ଚିକିତ୍ସାଧୀନ ଅଛନ୍ତି। ଜାମଦା ପୁଲିସ ହସ୍ପିଟାଲ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଜାମଦା ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ୍।

Accident | Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe