ଯୁବକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌, ଶବ ରଖି ଧାରଣା ଦେଲେ ଲୋକେ

Advertisment

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ଛଅପୁଲିଆ ନିକସ୍ଥ ଚିଲିସ୍ପାଇସ୍‌ ହୋଟେଲ ସମ୍ମୁଖରେ ଆଜି ଅପରାହ୍‌ଣରେ ନିର୍ମାଣ ସଂସ୍ଥାର ଭୁଲ ପାଇଁ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ଛଅପୁଲିଆ ନିକସ୍ଥ ଚିଲିସ୍ପାଇସ୍‌ ହୋଟେଲ ସମ୍ମୁଖରେ ଆଜି ଅପରାହ୍‌ଣରେ ନିର୍ମାଣ ସଂସ୍ଥାର ଭୁଲ ପାଇଁ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

Accident in Soro

Accident in Soro Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ଛଅପୁଲିଆ ନିକସ୍ଥ ଚିଲିସ୍ପାଇସ୍‌ ହୋଟେଲ ସମ୍ମୁଖରେ ଆଜି ଅପରାହ୍‌ଣରେ ନିର୍ମାଣ ସଂସ୍ଥାର ଭୁଲ ପାଇଁ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ବାଇକ୍‌ ଆରୋହୀ ଯୁବକଙ୍କୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ହରିଶ ଚନ୍ଦ୍ର ମହାନ୍ତି (୨୧)।  

ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥର ଛଅପୁଲିଆ ନିକଟରେ ଘରୋଇ ଠିକା ସଂସ୍ଥା ‘ବ୍ରିଜ ଗୋପାଲ କନଷ୍ଟ୍ରକ୍ସନ’ ନିର୍ମାଣ କାମରେ ନିୟୋଜିତ ଅଛି। କିନ୍ତୁ କମ୍ପାନି ଦ୍ବାରା ଲୋକଙ୍କର ଯାତାୟତ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ। ଏଠାରେ ବିନା ସୂଚନାରେ ଏକପାଖିଆ ରାସ୍ତା ନିର୍ମାଣ କାମ ଚାଲିଛି। ଏହି କାରଣରୁ ଏକ ଅଜଣା ଟ୍ରକ୍‌ ଧକ୍କାରେ ବାଇକ୍‌ ଅରୋହୀଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ ଅନୁସାରେ ହୋଟେଲ ସାମ୍ନାରେ ଅବ୍ୟବସ୍ଥିତ ଡାଇଭର୍ସନ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି।

ସୂଚନା ଅନୁସାରେ ଆଜି ଅପରାହ୍ଣରେ ପ୍ରାୟ ସାଢ଼େ ୪ଟାରେ ସୋର ପୌରପାଳିକା ଅନ୍ତର୍ଗତ କମାଣପୁର ଗ୍ରାମର ହରିଶ ଚନ୍ଦ୍ର ମହାନ୍ତି (୨୧) ତାଙ୍କ ବାଇକ ଯୋଗେ ଛପୁଲିଆ ନିକଟରେ ଥିବା ନିଜ ଇଟା ଫେକ୍ଟ୍ରିକୁ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର ଛଅପୁଲିଆ ନିକସ୍ଥ ଚଲିସ୍ପାଇସ୍‌ ହୋଟେଲ ସମ୍ମୁଖରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଟ୍ରକ୍‌ ଦ୍ବାରା ଧକ୍କା ହେଲା ପରେ ହରିଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହା ପରେ ଚାଳକ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।  

ଏହି ଦୁର୍ଘଟଣା ପରେ ପରିବାର ଲୋକେ ଖବର ପାଇ ପହଞ୍ଚି ଥିଲେ। ରାସ୍ତା ଉପରେ ଶବକୁ ରଖି ଧାରଣାରେ ବସିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ହରିଶଙ୍କ ପରିବାର ଲୋକେ ଧାରଣାରେ ବସିଥିବା ବେଳେ ଉଭୟ ପାର୍ଶ୍ୱ ରାସ୍ତା ସମ୍ପୂର୍ଣ ଭାବେ  ଜାମ ଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି। ପରିବାର ଲୋକେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ବ୍ରିଜ ଗୋପାଳ ଠିକା କମ୍ପାନି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି। 

Accident | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe