ଯୁବକଙ୍କ ମୃତ୍ୟୁ: ପୁଲିସର ତଦନ୍ତ ଉପରେ ସାଧାରଣ ଜନତାଙ୍କ ସନ୍ଦେହ

Advertisment

ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଗଗନ ମଲ୍ଲିକ ଗ୍ରାମର ଦେବେନ୍ଦ୍ର ମଲ୍ଲିକଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ମିଶି ମଦ ପିଇଥିଲେ। ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଦେଶୀ ମଦ ପିଇବା ପାଇଁ ଦେଇଥିଲେ।

ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଗଗନ ମଲ୍ଲିକ ଗ୍ରାମର ଦେବେନ୍ଦ୍ର ମଲ୍ଲିକଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ମିଶି ମଦ ପିଇଥିଲେ। ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଦେଶୀ ମଦ ପିଇବା ପାଇଁ ଦେଇଥିଲେ।

Young man killed

Young man killed in Bhadrak. Photograph: (sambad.in )

ଭଦ୍ରକ: କାମ କରାଇବା ପରେ ଘରକୁ ଡାକିନେଇ ମଦ ପିଇବା ପାଇଁ ଦେଲେ। ମଦ ପିଇବା ପରେ ନିଶାଗ୍ରସ୍ତ ଅବସ୍ଥାରେ ବାଡେଇବା ସହ ଗରମ ପାଣି ଫିଙ୍ଗି ମାରିଦେଲେ। ଏମିତି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ବନ୍ଧଗାଁରୁ।      

ମୃତକଙ୍କ ବଡ଼ଭାଇଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଗଗନ ମଲ୍ଲିକ ଗ୍ରାମର ଦେବେନ୍ଦ୍ର ମଲ୍ଲିକଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ମିଶି ମଦ ପିଇଥିଲେ। ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଦେଶୀ ମଦ ପିଇବା ପାଇଁ ଦେଇଥିଲେ। ମଦ ପିଇବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ନିକଟସ୍ଥ ଏକ ଚିକେନ ସେଣ୍ଟରରୁ ଗରମ ପାଣି ଆଣି ଫିଙ୍ଗିଥିଲେ। 

ଗଗନ ମଲ୍ଲିକ ଗ୍ରାମର ଦେବେନ୍ଦ୍ର ମଲ୍ଲିକଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ମିଶି ମଦ ପିଇଥିଲେ। ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଦେଶୀ ମଦ ପିଇବା ପାଇଁ ଦେଇଥିଲେ। ମଦ ପିଇବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ନିକଟସ୍ଥ ଏକ ଚିକେନ ସେଣ୍ଟରରୁ ଗରମ ପାଣି ଆଣି ଫିଙ୍ଗିଥିଲେ। 

ଏଭଳି ଘଟଣା ସମ୍ପର୍କରେ ମୃତକଙ୍କ ସମ୍ପର୍କୀୟମାନେ ଖବର ପାଇ କୁହାଯାଉଥିବା ଅଭିଯୁକ୍ତଙ୍କ ଘର୍ ଠାରୁ ଅଳ୍ପଦୂରରେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମୃତକଙ୍କ ବଡ଼ ଭାଇ ରାଜକିଶୋର ମଲ୍ଲିକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଛନ୍ତିl 

ମୃତ ଗଗନଙ୍କର ମା’ ସତ୍ୟଭାମା ମଲ୍ଲିକଙ୍କ ଅଭିଯୋଗ ହେଉଛି ଯେ ତାଙ୍କ ପୁଅକୁ ଯେଉଁମାନେ ମାରିଦେଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ତାଙ୍କୁ ନ୍ୟାୟ ମିଳୁl ଭଦ୍ରକରେ ଆଜି ଏଭଳି ହତ୍ୟା ଅଭିଯୋଗ ଘଟଣାରେ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ତାଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯିବ। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ତଦନ୍ତ ରିପୋର୍ଟ ପରେ   କାର୍ଯାନୁଷ୍ଠାନ ନିଆଯିବ। ଅନ୍ୟପଟରେ ପୁଲିସର ତଦନ୍ତ ଉପରେ ସାଧାରଣ ଜନତାଙ୍କର ସନ୍ଦେହ ବଢ଼ିଛି। 

 Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe