ଜଙ୍ଗଲରେ ଯୁବକଙ୍କୁ ହତ୍ୟା: ଜୁଆଖେଳ ଜୀବନ ନେଲା!

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା କରାଯାଇଛି। ଜୁଆଖେଳରୁ ହତ୍ୟା ସନ୍ଦେହ କରାଯାଉଛି। ମୃତକ ରଙ୍କନିଧି ଓରାମ ଓରଫ ଆନନ୍ଦ (୪୩)॥ ଘର  ହେମଗିରି ଥାନା ଅଞ୍ଚଳର ସୂଚନା।

Murder in Sundargarh

Murder in Sundargarh Photograph: (sambad.in)

ସୁନ୍ଦରଗଡ଼/ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା କରାଯାଇଛି। ଜୁଆଖେଳରୁ ହତ୍ୟା ସନ୍ଦେହ କରାଯାଉଛି। ମୃତକ ରଙ୍କନିଧି ଓରାମ ଓରଫ ଆନନ୍ଦ (୪୩)॥ ଘର  ହେମଗିରି ଥାନା ଅଞ୍ଚଳର ସୂଚନା।  

ଖବର ନେବାରୁ ଜଣାଯାଇଛି ଯେ, ଆନନ୍ଦ ଶୁକ୍ରବାର ସନ୍ଧ୍ୟାରୁ ଘରୁ ବାହାରି ଆସିଥିଲେ। ଆଉ ଘରକୁ ଫେରି ନଥିଲେ। ପରେ ଶନିବାର ଅପରାହ୍ନରେ ରାଇଡ଼ିହି ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଥିଲା। ଲେଫ୍ରିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ଶନିବାର ସକାଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଆନନ୍ଦ ଶୁକ୍ରବାର ସନ୍ଧ୍ୟାରୁ ଘରୁ ବାହାରି ଆସିଥିଲେ। ଆଉ ଘରକୁ ଫେରି ନଥିଲେ। ପରେ ଶନିବାର ଅପରାହ୍ନରେ ରାଇଡ଼ିହି ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଥିଲା।

ଘଟଣାସ୍ଥଳରୁ ବାଇକ୍, ଚଟେଇ, ତାସ ପତି, ହେଲମେଟ ଆଦି ଉଦ୍ଧାର ହୋଇଥିବାରୁ ଜୁଆଖେଳରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। ଶବକୁ ବ୍ଯବଚ୍ଛେଦ ପାଇଁ ପଠାଯାଇଥିବାବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସାହାଯ୍ୟରେ ତନାଘନା ଚାଲିଥିବା  ସୁନ୍ଦରଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ  ନିର୍ମଳ ମହାପାତ୍ର କହିଛନ୍ତି। ତେବେ ହତ୍ଯାକାରୀ କିଏ ତାହା ଜଣାପଡ଼ି ନଥିବା ପୁଲିସ କହିଛି।

murder | sundargarh | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe