ପୂର୍ବ ଶତୃତାକୁ କେନ୍ଦ୍ରକରି ଯୁବକଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା

Advertisment

ପୂର୍ବ ଶତୃତାକୁ ନେଇ ରାୟଗଡ଼ା ଥାନା କୁମ୍ଭିକଟା ଫାଣ୍ଡି ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୋଡମରା ଗ୍ରାମର ସଞ୍ଜୟ କନ୍ଧପାଣି (୩୫)।

ପୂର୍ବ ଶତୃତାକୁ ନେଇ ରାୟଗଡ଼ା ଥାନା କୁମ୍ଭିକଟା ଫାଣ୍ଡି ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୋଡମରା ଗ୍ରାମର ସଞ୍ଜୟ କନ୍ଧପାଣି (୩୫)।

dead

ରାୟଗଡ଼ା: ପୂର୍ବ ଶତୃତାକୁ ନେଇ ରାୟଗଡ଼ା ଥାନା କୁମ୍ଭିକଟା ଫାଣ୍ଡି ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୋଡମରା ଗ୍ରାମର ସଞ୍ଜୟ କନ୍ଧପାଣି (୩୫)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ପୁଲିସ ହତ୍ୟାକାରୀ ସାମା ଜାଲାମୁରିକୁ ଅଟକ ରଖିଛି।

ଗତକାଲି ସନ୍ଧ୍ୟାରେ ସଞ୍ଜୟ ଓ ସାମା ମିଶି ମଦ୍ୟପାନ କରିଥିଲେ। ସାମା ଓ ସଞ୍ଜୟ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଶତୃତା ରହିଥିଲା। ଉକ୍ତ ଶତୃତାକୁ କେନ୍ଦ୍ର କରି ଏକ କାଠ ଫାଳିଆରେ ସଞ୍ଜୟ ଉପରେ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। 

ଖବରପାଇ ପୁଲିସ ଚିକିତ୍ସାଳୟ ପହଞ୍ଚି ଘଟଣାର ତଦନ୍ତ କରିଛି। ଏଥିସହ ଏସଡିପିଓ ଗୌରହରି ସାହୁ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଆକ୍ରମଣ କରିଥିବା ସାମାକୁ ଅଟକ ରଖି ପଚରାଉଚରା କରାଯାଉଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Rayagada 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe