କଲୁଙ୍ଗା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା!

ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଜିଆବାହାଲ ଅଞ୍ଚଳରେ ଜନୈକ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି।

Dead

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଜିଆବାହାଲ ଅଞ୍ଚଳରେ ଜନୈକ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ଜିଆବାହାଲସ୍ଥ ଡମ୍ପିଂ ୟାର୍ଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ସନ୍ଧ୍ୟା ପ୍ରାୟ ୭ଟାରୁ ସାଢ଼େ ୭ଟା ମଧ୍ୟରେ ଘଟଣା ଘଟିଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ତାଙ୍କ ମୁହଁକୁ କୌଣସି ପଥରରେ ଛେଚିଦିଆଯାଇଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ କଲୁଙ୍ଗା ଫାଣ୍ଡି ଓ ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମୃତକଙ୍କ ବସୟ ପ୍ରାୟ ୨୫ ହେବ ବୋଲି ଅନୁମାନ କରାଯାଉଥିବାବେଳେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

 sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe