ବୈଶିଙ୍ଗା: ବୁଧବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଦହିକୋଟି ଗ୍ରାମରେ ଘଟିଯାଇଛି ରୋମଟାଙ୍କୁରା ହତ୍ୟାକାଣ୍ଡ।ସମ୍ପର୍କକୁ ଭୁଲି ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ପୁତୁରା। ଘଟଣାସ୍ଥଳରେ ଚାଲିଗଲା ପିଉସୀର ଜୀବନl ହତ୍ୟାକାରୀ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀl ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଚାରୁଲତା ମିଶ୍ର (୬୪) l ଅଭିଯୁକ୍ତ ଜଣକ ହେଉଛି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ କାନ୍ଦୁରୁ ଓରଫ ତନ୍ମୟ କୁମାର ମିଶ୍ର(୨୧) l
ଏହି ଖବର ପଢ଼ନ୍ତୁ: ‘ସୁଭଦ୍ରା’ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ
ସୂଚନା ଅନୁସାରେ ଶିକ୍ଷୟିତ୍ରୀ ମା' ପ୍ରଭାତୀ ମଞ୍ଜରୀ ଦାଶଙ୍କ ସହିତ ଘରେ ତନ୍ମୟ ରହି ଆସୁଥିଲେl ବାରିପଦାରେ ଭାଇ ବ୍ରଜରାଜ ମିଶ୍ରଙ୍କ ଘରେ ଚାରୁଲତା ରହୁଥିବା ବେଳେ ମଝିରେ ମଝିରେ ଦହିକୋଟିସ୍ଥିତ ପୈତୃକ ଘରକୁ ଆସୁଥିଲେl ବୁଧବାର ପ୍ରଭାତୀ ମଞ୍ଜରୀ ସ୍କୁଲ ପଳାଇ ଥିବାବେଳେ ତନ୍ମୟ ଡିପ୍ଲୋମା ପଢିବାକୁ କଲେଜ ଯାଇଥିଲେl
ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ପୁତୁରା। ଘଟଣାସ୍ଥଳରେ ଚାଲିଗଲା ପିଉସୀର ଜୀବନl ହତ୍ୟାକାରୀ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀl
ତେବେ କଲେଜରୁ ଫେରିବା ପରେ କୌଣସି କଥାକୁ ନେଇ କାନ୍ଦୁରୁ ଉତ୍ତ୍ୟକ୍ତ ହୋଇ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ କ୍ରମାଗତ ଭାବରେ ହାଣି ଚାଲିଥିଲାl ଘର ଭିତରେ ହିଁ ଚାରୁଲତାଙ୍କ ମୃତ୍ୟୁ ଘଟି ଥିଲା। ଖବରପାଇ ଗ୍ରାମବାସୀ ଓ ପଡୋଶୀ ତନ୍ମୟଙ୍କୁ କାବୁକରି ପୁଲିସକୁ ଜିମା ଦେଇଥିଲେl ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏକ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁକରି ସାଇଣ୍ଟିଫିକ ଟିମକୁ ଯାଞ୍ଚ କରିବାକୁ ଡକେଇଛି l ସ୍ଥାନୀୟ ଏଭଳି ନାରକୀୟ ହାତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛିl
ଏହି ଖବର ପଢ଼ନ୍ତୁ: ନାବାଳକଙ୍କ ମଧ୍ୟରେ ଆପରାଧିକ ମାନସିକତା
Follow Us