ଥାନାରେ ଏତଲା ଦେଲେ ଡାକ୍ତର, ଜୀବନ ହାରିଦେଲେ ରୋଗୀ ସଂପର୍କୀୟ

କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତ ଭାଲେରି ଗ୍ରାମର ପୂର୍ଣ୍ଣ ବାଗଙ୍କ ଚିକିତ୍ସା ପାଇଁ ସଞ୍ଜୟ ବିଡ଼ିକା ଗତକାଲି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସନ୍ଧ୍ୟା ସମୟରେ ଡାକ୍ତର ହୀରାଞ୍ଚଳ ପଟ୍ଟନାୟକ ଥିଲେ। ସନ୍ଧ୍ୟା ହୋଇଥିବାରୁ ଚିକିତ୍ସା ହୋଇ ପାଇବ ନାହିଁ ବୋଲି ଡାକ୍ତର କହିଥିଲେ।

Rayagada

Rayagada Photograph: (sambad.in)

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଗୁରୁବାର-ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବଚସା ପରେ ଜଣେ ଡାକ୍ତର ଥାନାରେ ଏତଲା ଦେବାରୁ ରୋଗୀ ସଂପର୍କୀୟ ରେଳଧାରଣାରେ ଜୀବନ ହାରିଛି। ମୃତ ବ୍ୟକ୍ତି ହେଲେ ସଂଜୟ ବିଡ଼ିକା (୨୫)।

କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତ ଭାଲେରି ଗ୍ରାମର ପୂର୍ଣ୍ଣ ବାଗଙ୍କ ଚିକିତ୍ସା ପାଇଁ ସଞ୍ଜୟ ବିଡ଼ିକା ଗତକାଲି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସନ୍ଧ୍ୟା ସମୟରେ ଡାକ୍ତର ହୀରାଞ୍ଚଳ ପଟ୍ଟନାୟକ ଥିଲେ। ସନ୍ଧ୍ୟା ହୋଇଥିବାରୁ ଚିକିତ୍ସା ହୋଇ ପାଇବ ନାହିଁ। ଅପେକ୍ଷା କରନ୍ତୁ ବୋଲି ସେ କହିଥିଲେ। ଏନେଇ ଡାକ୍ତର ହୀରାଞ୍ଚଳ ଓ ସଂଜୟଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇ ପାଟିତୁଣ୍ଡ ହୋଇଥିଲା। 

ପରେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଞ୍ଜୟ ମର୍ମାହତ ହୋଇ ବୃନ୍ଦାବଡ଼ି ଚାଲିଯାଇ ରେଳଧାରଣା ଜୀବନ ହାରିଥିଲେ। ଏହି ଖବର ଶୁଣି ପରିବାର ଓ ସମ୍ପର୍କୀୟ ମିଶି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପାଟି ତୁଣ୍ଡ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ବହୁଲୋକ ଆସି ମେଡିକାରେ ଭଙ୍ଗାରୁଜା କରିଥିଲେ। ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଁଚି ବୁଝାସୁଝା କରିଥିଲେ। ପରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କର ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସହୁ ଓ ପୁଲିସ ଉପସ୍ଥିତ ରହି ବୁଝସୁଝା କରି ଥିଲେ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ ବିଷମକଟକ ସୀମାନ୍ତ  ବୃନ୍ଦାବାଡି ରେଳଧାରଣାରେ ସଞ୍ଜୟଙ୍କ ମୃତଦେହ ଠାବ ହୋଇଛି। ଆଜି ରେଳବାଇ ବିଭାଗ ପକ୍ଷରୁ ଲାଇନ ସଫେଇ କରୁଥିବା ବେଳେ କିଛି ଲୋକ ଦେଖି ରେଳବିଭାଗ ପୁଲିସକୁ ସୂଚନା ଦେଇଥିଲେ। ଉକ୍ତ ଖବର ପାଇ ମୁନିଗୁଡା ରେଳ ବିଭାଗର ଆରପିଏଫର ଏସ୍‌ଆଇଟି ଏସ ଭଞ୍ଜ ଏକ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି  ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। 

 Rayagada | dead

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe