ବନ୍ୟାପାଣିରେ ଭାସିଗଲେ କଲେଜ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

Advertisment

ବନ୍ୟା ପାଣିରେ ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଧୂଷୁରୀ ପଣ୍ଡା ପାଟଣା ଗାଁରେ ଜଣେ କଲେଜ ଛାତ୍ର ଆଜି ଭାସି ଯାଇଛନ୍ତି। ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଆରମ୍ଭ କରିଛି। ତେବେ ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କୁ ଠାବ କରାଯାଇ ପାରି ନାହିଁ। 

missing

ଭଦ୍ରକ: ସମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁ ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଧୂଷୁରୀ ପଣ୍ଡା ପାଟଣା ଗାଁରେ ଜଣେ କଲେଜ ଛାତ୍ର ଭାସି ଯାଇଛନ୍ତି। ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଆରମ୍ଭ କରିଛି। 

ସୂଚନା ଅନୁଯାଇ ଧୂଷୁରୀ ପଣ୍ଡା ପାଟଣା ଗାଁର କଲେଜରେ ପାଠ ପଢ଼ୁଥିବା ଛାତ୍ର ରୁଦ୍ରନାରାୟଣ ପଣ୍ଡା ଗେଙ୍ଗୁଟି ନଦୀର ଶାଖା କଣ୍ଡିଆ ନାଳରେ ଆଜି ଅପରାହ୍‌ଣରେ ଗାଧୋଉଥିଲେ। ଏହି ସମୟରେ ପାଣିର ସ୍ରୋତ ପ୍ରଖର ଥିବାରୁ ରୁଦ୍ରଙ୍କୁ ଭସାଇ ନଇେଥିଲା।

ସୂଚନା ପାଇବା ପରେ ଧାମନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛି। ରିପୋର୍ଟ ଲେଖାଯିବା ବେଳକୁ ରୁଦ୍ର ନିଖୋଜ ଅଛନ୍ତି। ପରିବାର ଓ ଗାଁ ଲୋକଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe