Bhim Kund Photograph: (Sambad )
ଠାକୁରମୁଣ୍ଡା: ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ପିକନିକ ପାଇଁ ଆସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛିl ବୈତରଣୀ ନଦୀର ଭୀମକୁଣ୍ଡ ନିକଟ ସାନକୁଣ୍ଡ ଉପର ପଟରେ ଗାଧୋଉଥିବା ବେଳେ ବିଶ୍ୱଜିତ ଦାସ (୧୯) ନାମକ ଯୁବକ ପାଣି ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତିl ଠାକୁରମୁଣ୍ଡା ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳକୁ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନାହାନ୍ତିl
ଘଟଣାରୁ ପ୍ରକାଶଯେ, ଭୁବନେଶ୍ବରର ସୋ’ରୁମ୍ ଜ୍ୟୋତି ମୋଟର୍ସ କାର୍ଯ୍ୟରତ ବିଶ୍ବଜିତ୍ ଦାସ ରବିବାର ଭୋଜି ପାଇଁ ଭୀମକୁଣ୍ଡ ଆସିଥିଲେl ଦିନ ୧୧.୩୦ ରେ ପହଞ୍ଚିବା ପରେ ୪/୫ ଜଣ ଯୁବକ ଗାଧୋଇବାକୁ ବୈତରଣୀରେ ପଶିଥିଲେl ପ୍ରାୟ ଦିନ ୧.୩୦ ସମୟରେ ବିଶ୍ୱଜିତର ଗୋଡ଼ ଖସି ଯାଇଥିଲା l ଫଳରେ ତାର ସନ୍ଧାନ ମିଳିନଥିଲାl ବିଶ୍ୱଜିତ ଦାସଙ୍କ ଘର ଜଗତସିଂହପୁର ବାଲିକୁଦାl ବାପାଙ୍କ ନାମ ନିତ୍ୟାନନ୍ଦ ଦାସ l
ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ପିକନିକ ପାଇଁ ଆସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛିl ବୈତରଣୀ ନଦୀର ଭୀମକୁଣ୍ଡ ନିକଟ ସାନକୁଣ୍ଡ ଉପର ପଟରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତିl
ବିଶ୍ୱଜିତ ଡିପ୍ଲୋମା ଛାତ୍ର ଏବଂ ବାପା ମାଆଙ୍କ ଏକମାତ୍ର ପୁଅ ବୋଲି ଜଣାପଡିଛିl ସେ ଅସ୍ଥାୟୀ ଭାବେ ଏକ ସୋ’ରୁମ୍ରେ କାମ କରୁଥିଲେl ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇଙ୍କ କହିବା ମୁତାବକ ଆଜି ଯଦି ଯୁବକଙ୍କ ଉଦ୍ଧାର ହୋଇ ନପାରେ ଓଡ୍ରାଫ ଟିମ୍ର ସହାୟତା ନିଆଯିବ।
Follow Us