ପୋଖରୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ଶୁଶିଲ ବରିହା।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ଶୁଶିଲ ବରିହା।

Patnagarh

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଲେ ଶୁଶିଲ ବରିହା।

ମିଳିଥିବା ସୂଚନା ଅନୁଯାୟୀ, କହ୍ନେଇଟାଲ ଗ୍ରାମରେ ଥିବା ପୋଖରୀକୁ ଗ୍ରାମର ଶୁଶିଲ ବରିହା ନାମକ ଜୈନିକ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରେ ଦମକଳ ବାହିନୀକୁ ଲୋକେ ଖବର ଦେଇଥିଲେ। ପାଟଣାଗଡ଼ ଦମକଳବାହନୀ କହ୍ନେଇଟାଲ ଗ୍ରାମର ଉକ୍ତ ପୋଖରୀରେ ଖୋଜିବାରେ ଲାଗିଥିଲେ। ହେଲେ ବର୍ତ୍ତମାନ ସନ୍ଧ୍ୟା ପର୍ଯ୍ୟନ୍ତ ଶୁଶିଲଙ୍କୁ ପାଇ ନ ଥିବା ଜଣାପଡିଛି। ତେବେ ପୋଖରୀ ବନ୍ଧରେ ଶୁଶିଲଙ୍କ ସାଇକଲ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଲରମ୍ଭା ପୁଲିସ ଓ ପାଟଣାଗଡ଼ ଦମକଳ ବାହିନୀ ଥିବା ଜଣାପଡ଼ିଛି। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ। 

Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe