କେରଳରେ କାମ କରିବାକୁ ଯାଇ କନ୍ଧମାଳର ଶ୍ରମିକଙ୍କ ମୃତ୍ୟୁ

କନ୍ଧମାଳର ପିଛା ଛାଡ଼ୁନି ଦାଦନ ଶ୍ରମିକଙ୍କ ଦୁଃଖI ବାରମ୍ବାର ଘଟୁଛି ଏଭଳି ଘଟଣା। ଦୁର୍ଘଟଣା ସତେ ଯେଭଳି କନ୍ଧମାଳ ଜିଲ୍ଲା ପାଇଁ ଅଭିଶପ୍ତ ପାଲଟିଛି। ଏହାର ମୁଖ୍ୟ କାରଣ, ନା ଏଠାରେ ଅଛି ଖଣି ଖାଦାନ ନା ଅଛି କୌଣସି ଶିଳ୍ପାୟନ କଳ କାରଖାନାI

Young man dead in Kerala

Young man dead in Kerala Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳର ପିଛା ଛାଡ଼ୁନି ଦାଦନ ଶ୍ରମିକଙ୍କ ଦୁଃଖI ବାରମ୍ବାର ଘଟୁଛି ଏଭଳି ଘଟଣା। ଦୁର୍ଘଟଣା ସତେ ଯେଭଳି କନ୍ଧମାଳ ଜିଲ୍ଲା ପାଇଁ ଅଭିଶପ୍ତ ପାଲଟିଛି। ଏହାର ମୁଖ୍ୟ କାରଣ, ନା ଏଠାରେ ଅଛି ଖଣି ଖାଦାନ ନା ଅଛି କୌଣସି ଶିଳ୍ପାୟନ କଳ କାରଖାନାI ଦିନକୁ ଦିନ ବଢୁଛି ବେକାରୀ ସମସ୍ୟା ସହିତ ପରିବାରର ବୋଝ ପାଇଁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ନିରୀହ ଯୁବକ-ଯୁବତୀ ପ୍ରତ୍ୟକ ସପ୍ତାହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଆସିବା କିଛି ନୂଆ କଥା ନୁହଁI

ସେହିଭଳି ଏକ ଦୁଃଖଦ ଖବର ଆଜି ଆସି ପହଞ୍ଚିଛି କେରଳରୁI ସୂଚନା ଅନୁସାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ଼ କନବାଗେରି ଗ୍ରାମ ପଣସନାଜୁସାହିର ରତ୍ନଦୀପ ପ୍ରଧାନ (ଚିଣ୍ଟୁ) ବୟସ ୩୫ ବାପା ସ୍ବର୍ଗତଃ ସନାତନ ପ୍ରଧାନ ସୁଦୂର କେରଳରେ ମୃତ୍ୟୁ ଘଟିଛିI ରତ୍ନଦୀପଙ୍କ ମୃତ୍ୟୁ ଖବର ଶୁଣି ପଣସ ନାଜୁ, କନବାଗେରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିI

କିଛି ଦିନ ପୂର୍ବରୁ ରତ୍ନଦୀପ ପ୍ରଧାନ କେରଳ ଆଲାପୁଝାକୁ ଯାଇଥିଲେ ଦାଦନ ଖଟିବାକୁI କାମ ସନ୍ଧାନରେ କେରଳର ତେରେମବାବୁ, କୁରପୁମପଡ଼ି ଭଳି ବିଭିନ୍ନ ସ୍ଥାନ ବୁଲି ଶେଷରେ ମାନସିକ ଚାପରେ ଥିଲେ ରତ୍ନଦୀପ ପ୍ରଧାନ। ଆଲାପୁଝାରେ ମାନସିକ ଚାପ କାରଣରୁ ବାଉଳି ଚାଉଳି ହୋଇ ସେଠାରୁ ଏରନାକୁଲମ ଜିଲ୍ଲାରେ ଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଆସିବା ବେଳେ ଏରନାକୁଲମ ବସ୍‌ଷ୍ଟାଣ୍ଡରୁ ସେ କେଉଁ ଆଡ଼େ ଚାଲିଯାଇଥିଲେI

ଗୁରୁବାର ଏର୍ନାକୁଲମ ପୁଲିସ ଦ୍ୱାରା ମୃତକଙ୍କ ଶବ ଜବତ ହେବା ପରେ ମୃତକଙ୍କ ପରିଚୟ ଜାଣିବା ନିମନ୍ତେ ଫୋଟ ସହ ଇସ୍ତାହାର ଦେବା ପରେ ସେଠାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ତାଙ୍କୁ ଚି଼ହ୍ନଟ କରାଯାଇଥିଲାI ମରଶରୀର ମୁଭାଟୁପୁଝା, ଏର୍ନାକୁଲମ ଜିଲ୍ଲାସ୍ଥିତ ସରକାରୀ ଚିକିତ୍ସାଳୟରେ ରଖାଯାଇଛିI ମୃତକଙ୍କ ମରଶରୀର ତାଙ୍କ ଘରକୁ ଆଣିବା ପାଇଁ ମା’ ଓ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe