ଯାତ୍ରୀବାହୀ ବସ ଧକ୍କାରେ ଯୁବକଙ୍କର ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖଣ୍ଡପଡ଼ାରୁ ନୟାଗଡ଼ ସଂଯୋଗ କରୁଥିବା ପୁର୍ତ୍ତ ରାସ୍ତାର ଯୋଗିଆପଲ୍ଲୀ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନର ହସ୍ତକ୍ଷେପ ଦାବି କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା।

New Project (4)

ଖଣ୍ଡପଡ଼ା: ଖଣ୍ଡପଡ଼ାରୁ ନୟାଗଡ଼ ସଂଯୋଗ କରୁଥିବା ପୁର୍ତ୍ତ ରାସ୍ତାର ଯୋଗିଆପଲ୍ଲୀ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନର ହସ୍ତକ୍ଷେପ ଦାବି କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଆଜି ଦିନ ପ୍ରାୟ ୧୨ଟା ବେଳେ ଯୋଗିଆପଲ୍ଲୀ ଗ୍ରାମର ବଳିଆ ପ୍ରଧାନ (୨୮) ବାଲୁଗାଁ ପାର୍ଶ୍ବରୁ ଗ୍ରାମକୁ ଫେରୁଥିଲେ। ତେବେ ଗ୍ରାମ ଉପକଣ୍ଠରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ନିକଟରେ ଏକ ଯାତ୍ରୀବାହୀ ବସ ବଳିଆଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାସ୍ତାକୁ ଛିଟିକି ପଡିବା ବଳିଆଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଖଣ୍ଡପଡ଼ାରୁ ନୟାଗଡ଼ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାସ୍ତା ଅବରୋଧ ଯୋଗୁଁ ନୟାଗଡ଼କୁ ଯାତାୟତ ଏକଦମ ଠପ ହୋଇପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ବେଳେ ଯୋଗିଆପଲ୍ଲୀ ଗ୍ରାମର ବଳିଆ ପ୍ରଧାନ (୨୮) ବାଲୁଗାଁ ପାର୍ଶ୍ବରୁ ଗ୍ରାମକୁ ଫେରୁଥିଲେ। ତେବେ ଗ୍ରାମ ଉପକଣ୍ଠରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ନିକଟରେ ଏକ ଯାତ୍ରୀବାହୀ ବସ ବଳିଆଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାସ୍ତାକୁ ଛିଟିକି ପଡିବା ବଳିଆଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଖଣ୍ଡପଡ଼ାରୁ ନୟାଗଡ଼ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପକ୍ଷରେ ରାସ୍ତା ଅବରୋଧ ଯୋଗୁଁ ନୟାଗଡ଼କୁ ଯାତାୟତ ଏକଦମ ଠପ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe