ମୋନାଲିସାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା: ଆତ୍ମସମର୍ପଣ କଲେ ଯୁବ ଆଇନଜୀବୀ

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଶାନ୍ତିଆ ଗ୍ରାମର ଯୁବ ଆଇନଜୀବି ସବ୍ୟସାଚୀ ଦାସ ଏକ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବାବେଳେ ଆଜି ଅପରାହ୍ନରେ ସେ ଜଳେଶ୍ଵର ଥାନାରେ ଆତ୍ମସମର୍ପଣ କରିଛନ୍ତି।

police

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଶାନ୍ତିଆ ଗ୍ରାମର ଯୁବ ଆଇନଜୀବି ସବ୍ୟସାଚୀ ଦାସ ଏକ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବାବେଳେ ଆଜି ଅପରାହ୍ନରେ ସେ ଜଳେଶ୍ଵର ଥାନାରେ ଆତ୍ମସମର୍ପଣ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଜଳେଶ୍ୱରର ଯୁବ ଆଇନଜୀବୀ ସବ୍ୟସାଚୀ ଦାସଙ୍କ ଶାନ୍ତିଆ ସ୍ଥିତ ବାସଭବନରେ ତାଙ୍କ ପତ୍ନୀ ମୋନାଲିସାଙ୍କ ଗତ ୨୭ ତାରିଖ ସକାଳେ ଅସ୍ବାଭାବିକ ମୃତ୍ୟୁ ହୋଇ ଯାଇଥିଲା।

 ଏହି ଘଟଣାକୁ ସବ୍ୟସାଚୀଙ୍କ ପରିବାର ଲୋକେ ଆତ୍ମହତ୍ୟା ବୋଲି କହିଥିବା ବେଳେ ମୋନାଲିସାଙ୍କ ବାପ ଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି କହିଥିଲେ। ପରେ ମୋନାଲିସାଙ୍କ ଭାଇ ଏସମ୍ପର୍କରେ ଜଳେଶ୍ଵର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୩୮୫ ନମ୍ବରର ମାମଲା ରୁଜୁ କରିଥିଲା। ମାମଲାରେ ସବ୍ୟସାଚୀଙ୍କ ସହ ତାଙ୍କ ବାପା, ମା, ଭାଇ ମଧ୍ୟ ଅଭିଯୁକ୍ତ ରହିଛନ୍ତି।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe