ଭୁବନେଶ୍ବରର କେନାଲରେ ବୁଡ଼ିଗଲେ ଯୁବକ

ପଥରବନ୍ଧ ଅଞ୍ଚଳର ଦିପୁନା ବେହେରା ଅନ୍ୟ ଦିନ ପରି ଆଜି ମଧ୍ୟ ସନ୍ଧ୍ୟାରେ ଚକେଇସିଆଣି ନିକଟ ଦେଇ ପ୍ରବାହିତ ଗଙ୍ଗୁଆ ନାଳକୁ ମଇଁଷିପଲଙ୍କୁ ଧୋଇବାକୁ ଯାଇଥିଲେ। ଏହି ସମୟରେ ସେ କୌଣସି କାରଣରୁ ଗଭୀର ପାଣିରେ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଦିପୁନାଙ୍କର ମୃତଦେହ ଉଦ୍ଧାର କରିଛି।

drawn

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନ ଚକେଇସିଆଣିରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ କେନାଲରେ ବୁଡ଼ିଯାଇଛନ୍ତି। ସଂପୃକ୍ତ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଦୀପୁନା ବେହେରା ବୋଲି ଚର୍ଚ୍ଚା ହେଉଛି। 

ସୂଚନା ଅନୁସାରେ ପଥରବନ୍ଧ ଅଞ୍ଚଳର ଦିପୁନା ବେହେରା ଅନ୍ୟ ଦିନ ପରି ଆଜି ସନ୍ଧ୍ୟାରେ ଚକେଇସିଆଣି ନିକଟ ଦେଇ ପ୍ରବାହିତ ଗଙ୍ଗୁଆ ନାଳକୁ ମଇଁଷିପଲଙ୍କୁ ଧୋଇବାକୁ ଯାଇଥିଲେ। ଏହି ସମୟରେ ସେ କୌଣସି କାରଣରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଆସିବାରୁ ପରିବାର ଲୋକଙ୍କ ‌ସନ୍ଦେହଜାତ ହୋଇଥିଲା। ପରିବାର ଲୋକେ ଏଣେତେଣେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ଦିପୁନା କେନାଲରେ ମଇଁଷିପଲ ଧୋଉଥିବା କିଛି ଲୋକ ଦେଖିଥିଲେ। ସେମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଥିଲେ। ବହୁ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଦିପୁନାଙ୍କର ମୃତଦେହ ଉଦ୍ଧାର କରିଛନ୍ତି। 

ଦିପୁନା ବେହେରା ‌ହେଉଁଛନ୍ତି ଜଣେ ମଇଁଷି ପାଳକ। ସେ ପ୍ରତିଦିନ ଭଳି ଆଜି ମଧ୍ୟ ମଇଁଷି ଚରାଇବାକୁ ଯାଇଥିଲେ। ଆଜି ସନ୍ଧ୍ୟାରେ ସେ ମଇଁଷିପଲକୁ କେନାଲରେ ଧୋଇବାକୁ ନେଇଥିଲେ। ଏହି ସମୟରେ ସେ ବୁଡ଼ି ଯାଇଥିଲେ।

କେନାଲରୁ ମୃତଦେହ ଉଦ୍ଧାର ନେଇ ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଶବ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ପଠାଇ, ଘଟଣାର ଅଧିକ ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe