୨୦୦ ଲିଟର ଦେଶୀ ମଦ ଜବତ, ଯୁବକ ଗିରଫ

ବାସେଳିସାହି ଅଞ୍ଚଳରୁ ଆଜି ସକାଳୁ ୪୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବଳଙ୍ଗା ଥାନା ଅଧୀନ ମିର୍ଜାପୁରୂ ଛକରେ ବ୍ୟାପକ ପରିମାଣରେ ମଦ ଜବତ କରାଯାଇଛି। ମଦ କାରବାର ଘଟଣାରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଚିନ୍ମୟ ଜେନା। 

bamanala

ବାମନାଳ: କେବଳ ପୁରୀ ସହରରେ ନୁହେଁ। ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଦେଶୀ ମଦ ଭାସୁଛି। ପୁରୀ ସହରର ଶ୍ରୀସେତୁ ଅଞ୍ଚଳରୁ ଆଜି ସକାଳୁ ୪୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବଳଙ୍ଗା ଥାନା ଅଧୀନ ମିର୍ଜାପୁର ଛକରେ ବ୍ୟାପକ ପରିମାଣରେ ମଦ ଜବତ କରାଯାଇଛି। ମଦ କାରବାର ଘଟଣାରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଚିନ୍ମୟ ଜେନା (୨୪)। 

ସୂଚନା ମୁତାବକ ବଳଙ୍ଗା ଥାନା ଅଧିକାରୀ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ରତ୍ନାକର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ମିର୍ଜାପୁର ଛକଠାରେ ଆଜି ପୂର୍ବାହ୍‌ଣ ୯ଟାରେ ବିଭିନ୍ନ ଗାଡ଼ିର ଏମଭି ଯାଞ୍ଚ କରୁଥିଲେ। ଏହି  ସମୟରେ କେତକିପାଟଣାବଜାର ପଟୁ ଏକ ଧଳାରଙ୍ଗର କାର (ଓଡି ୦୨ ଏକ୍ସ ୮୮୭୨) ଦ୍ରୁତଗତିରେ ପହଞ୍ଚି ଥିଲା। ପୁଲିସ ଗାଡ଼ି ଅଟକାଇ ଗାଡ଼ିର ନମ୍ୱର, ଡିଏଲ ଯାଞ୍ଚ୍ କରୁଥିବାବେଳେ ସନ୍ଦେହ ହେବାରୁ କାରର ପଛପଟେ ଦେଖିଲା ବେଳକୁ ଦେଶୀ ମଦ ୪୦ ପେଟି ଠାବ କରିଥିଲା। ଗାଡ଼ି ସହ ଉକ୍ତ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା। ଅଭିଯୁକ୍ତ ଜଣଙ୍କ ସତ୍ୟବାଦୀ ଥାନା ସୁଆଲ ଗ୍ରାମର ଚିନ୍ମୟ ଜେନା(ମିଥୁନ)। ତାଙ୍କ ଠାରୁ ୪୦ ପେଟିରେ ୨୦୦ ଲିଟର ମଦ, ୨୫୦୦ଟଙ୍କା ସହ କାର ଜବତ୍ ହୋଇଛି।

ବଳଙ୍ଗା ଥାନା ଅଧିକାରୀ ଦିବ୍ୟାରଞ୍ଜନ ପଣ୍ଡା ୨୮୫/୨୪ ରେ ଏକ ମାମଲା ରୁଜୁ କରି  ସୁଆଲ ଗ୍ରାମର ଚିନ୍ମୟକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ନିମାପଡ଼ା ଉପକାରାଗାରକୁ ଫଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe