Lifehack
ଲୁଣ ବିନା ଖାଇବାର ସ୍ୱାଦ ଅଧୁରା । କିନ୍ତୁ ଆପଣ କେବେ ଏହାକୁ ଗାଧୋଇବା ସମୟରେ ବ୍ୟବହାର କରିଛନ୍ତି କି? ଏହା ଆପଣଙ୍କ ପାଟିକୁ ସ୍ୱାଦ ଦେବା ସହ ଗାଧୋଇବା ପାଣିରେ ମିଶାଇ ଗାଧୋଇବା ଦ୍ୱାରା ଏହା ଆପଣଙ୍କ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଉଷୁମ ପାଣିରେ ୨ଚାମଚ ସୈନ୍ଧବ ଲୁଣ ଏବଂ ୧ଚାମଚ ନଡ଼ିଆ ତେଲ ମିଶାଇ ଗାଧୋଇବା ଦ୍ୱାରା ଶରୀରର କେଉଁ ସମସ୍ୟା ଦୂର ହୋଇଥାଏ, ଆସନ୍ତୁ ଜାଣିବା...
୧.ଥଣ୍ଡା ବା ଜ୍ୱର ହେଲେ ଲୋକମାନେ ଔଷଧ ଖାଇ ଏହାକୁ ଭଲ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଆପଣ ନିଜର ଜ୍ୱର ବା ଥଣ୍ଡାକୁ ଭଲ କରିବା ପାଇଁ ଲୁଣ ମିଶା ପାଣିକୁ ବ୍ୟବହାର କରି ପାରିବେ । ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ ।
livescience.com୨.ଯଦି ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟାର ସମାଧାନ ହୋଇଯିବ । କାରଣ ଲୁଣ ମିଶା ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଥିବା କ୍ୟାଲ୍ସିୟମର ଅଭାବ ଦୂର ହୋଇଥାଏ ।
୩.ଖରାଦିନେ ଶରୀରର ଜଳାପୋଡ଼ା ହେବା ସହ କୁଣ୍ଡାଇ ହେବା ସମସ୍ୟା ଦେଖା ଯାଇଥାଏ । ଏ ସମସ୍ୟା ଥିଲେ, କୌଣସି ପ୍ରକାରର କ୍ରିମ୍ ବା ଲୋଶନ ବ୍ୟବହାର କରିବା ପରିବର୍ତ୍ତେ ଲୁଣ ମିଶା ଉଷୁମ ପାଣିରେ ଗାଧାନ୍ତୁ ।
Quick and Dirty Tips
Follow Us