୧୦ଟି ସହଜ ସୂତ୍ର : କରଓ୍ଵା ଚୌଥରେ ପତ୍ନୀଙ୍କୁ କେମିତି ଖୁସି କରିବେ ଜାଣନ୍ତୁ

Advertisment
୧୦ଟି ସହଜ ସୂତ୍ର : କରଓ୍ଵା ଚୌଥରେ ପତ୍ନୀଙ୍କୁ କେମିତି ଖୁସି କରିବେ ଜାଣନ୍ତୁ

Photo: Wikipedia

ଆଗକୁ ଆସୁଛି କରଓ୍ଵା ଚୌଥ୍‌। ଏହି ଦିନ ସ୍ୱାମୀମାନଙ୍କ ଦୀର୍ଘ ଆୟୁଷ କାମନା କରି ପତ୍ନୀମାନେ ବ୍ରତ ରଖିଥାଆନ୍ତି। କରଓ୍ଵା ଚୌଥ୍‌କୁ ନେଇ ପତ୍ନୀମାନେ ଯେତିକି ଉତ୍ସାହୀ ଥାଆନ୍ତି, ପତ୍ନୀଙ୍କୁ ଏହି କରଓ୍ଵା ଚୌଥ୍‌ରେ କିଭଳି ଉପହାର ଦେଲେ ସେମାନେ ଖୁସି ହେବ ସେହି ଚିନ୍ତାରେ ଥାଆନ୍ତି ସ୍ୱାମୀମାନେ। ତେବେ ଆସନ୍ତୁ ଜାଣିବା କରଓ୍ଵା ଚୌଥରେ ସ୍ୱାମୀମାନେ କ’ଣ କରିବା ଦ୍ୱାରା ପତ୍ନୀମାନେ ଖୁସି ହୋଇଥାଆନ୍ତି।

୧. ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତ କଳହ ଲାଗି ରହିଥାଏ। ତେବେ ସ୍ୱାମୀମାନଙ୍କୁ କରଓ୍ଵା ଚୌଥ ଦିନ ମନେ ରଖିବା ଉଚିତ କି ସେମାନେ ଯେପରି ପତ୍ନୀଙ୍କ ସହିତ କଳହ ନ କରନ୍ତୁ।

୨. କରଓ୍ଵା ଚୌଥ ବ୍ରତ ପରେ ସ୍ୱାମୀମାନେ ପତ୍ନୀଙ୍କ ପସନ୍ଦ ଅନୁଯାୟୀ ଛୋଟ ହେଉ ଅବା ବଡ଼ କିଛି ନା କିଛି ଉପହାର ଦେବା ଉଚିତ।

୩. କରଓ୍ଵା ଚୌଥ ଦିନ ପତ୍ନୀମାନେ ସମ୍ପୂର୍ଣ୍ଣ ଉପବାସ ରହିଥାଆନ୍ତି। ତେଣୁ ବ୍ରତ ଶେଷ ହେଲାପରେ ସ୍ୱାମୀମାନେ ପତ୍ନୀଙ୍କୁ ଧରି ବାହାରକୁ ଖାଇବାକୁ ଯାଆନ୍ତୁ। ମନେରଖନ୍ତୁ ରେସ୍ତୋରାଁ ହେଉ ଅବା ହୋଟେଲ, ସେହିଦିନ ପତ୍ନୀଙ୍କ ପସନ୍ଦ ମୁତାବକ ଖାଦ୍ୟ ଅର୍ଡର କରନ୍ତୁ।

୪. ସମ୍ଭବ ହେଉଥିଲେ କରଓ୍ଵା ଚୌଥ ଦିନ ସ୍ୱାମୀମାନେ ଅଫିସରୁ ଛୁଟି ନେଲେ ପତ୍ନୀମାନେ ବହୁ ଖୁସି ହୋଇଥାଆନ୍ତି।

୫.ସାଧାରଣତଃ ଖୁବ୍‌ କମ୍‌ ସ୍ୱାମୀ ଅଛନ୍ତି ଯେଉଁମାନେ ଘରର କାମରେ ପତ୍ନୀଙ୍କୁ ସାହାଯ୍ୟ କରିଥାଆନ୍ତି। ତେବେ କରଓ୍ଵା ଚୌଥ ଦିନ ସ୍ୱାମୀମାନେ ଯଦି ଘର କାମରେ ପତ୍ନୀଙ୍କୁ ସାହାଯ୍ୟ କରନ୍ତି। ଏହାଠାରୁ ଅଧିକ ଖୁସି ମହିଳାଙ୍କ ପାଇଁ ଆଉ କିଛି ହୋଇ ନଥାଏ।

୬. ମହିଳାମାନଙ୍କୁ ସରପ୍ରାଇଜ ବହୁତ ପସନ୍ଦ ହୋଇଥାଏ। ତେବେ କରଓ୍ଵା ଚୌଥ ଦିନ ସ୍ୱାମୀମାନେ ପତ୍ନୀଙ୍କୁ ସରପ୍ରାଇଜ ଦେଲେ ସେମାନେ ଖୁବ୍‌ ଖୁସି ହୋଇଥାଆନ୍ତି।

୭. କରଓ୍ଵା ଚୌଥ ସାଧାରଣତଃ ବିବାହିତ ମହିଳାମାନେ କରିଥାଆନ୍ତି। ଯଦି ସମ୍ଭବ ହେଉଛି ସ୍ୱାମୀମାନେ ବି ଏହି ବ୍ରତ କରିବା ଦ୍ୱାରା ପତ୍ନୀମାନଙ୍କୁ ଭଲ ଲାଗିଥାଏ।

୮. ପତ୍ନୀ କରଓ୍ଵା ଚୌଥ ଦିନ ବ୍ରତ ପାଳନ କରି ସାରିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ସହିତ ତାଙ୍କ ମଥାରେ ସ୍ୱାମୀମାନେ ଚୁମ୍ବନ ଦେଇପାରିବେ। ଦେଖିବେ ଆପଣଙ୍କ ପ୍ରତି ପତ୍ନୀଙ୍କ ଭଲ ପାଇବା ଦ୍ୱିଗୁଣିତ ହୋଇଯିବ।

୯. ଏତଦ୍‌ବ୍ୟତୀତ ସ୍ୱାମୀମାନେ କରଓ୍ଵା ଚୌଥ ଦିନ ପତ୍ନୀଙ୍କୁ ତାଙ୍କ ପସନ୍ଦର ଭ୍ରମଣସ୍ଥାନକୁ ନେଇ ସ୍ପେଶାଲ ଫଟୋ ସୁଟ କରିପାରିବେ। ପୂର୍ବରୁ ବିତାଇଥିବା ମଧୁର ସ୍ମୃତିକୁ ଆଲୋଚନା କରନ୍ତୁ। ଏହା ମଧ୍ୟ ସବୁ ମହିଳାଙ୍କୁ ଭଲ ଲାଗିଥାଏ।

୧୦. କରଓ୍ଵା ଚୌଥ ପ୍ରତ୍ୟେକ ବିବାହିତ ମହିଳାଙ୍କ ପାଇଁ ଖାସ ଦିନଟିଏ। ତେଣୁ ଏହି ଦିନ ସ୍ୱାମୀମାନେ ତାଙ୍କ ପତ୍ନୀଙ୍କୁ ସ୍ପୋଶାଲ ଫିଲ କରାଇବାକୁ ନଭୁଲନ୍ତୁ। ପ୍ରତିଦିନ ଯାହା କରନ୍ତି ସେଦିନ କିଛି ଭିନ୍ନ କରିବାକୁ ଚେଷ୍ଟା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe