ପରିବାର ଲୋକ ଓ ବନ୍ଧୁଙ୍କଠାରୁ କାଟି ଦେଇଥିଲେ ଯୋଗାଯୋଗ, ଅଚାନକ ୭ ମାସ ପରେ ଘରକୁ ଫେରିଲେ ଯୁବକ

ପରିବାର ଲୋକ ଓ ବନ୍ଧୁଙ୍କଠାରୁ କାଟି ଦେଇଥିଲେ ଯୋଗାଯୋଗ, ଅଚାନକ ୭ ମାସ ପରେ ଘରକୁ ଫେରିଲେ ଯୁବକ

ନୂଅ‌ାଦିଲ୍ଲୀ: କିଛି ମାସ ପରେ କିମ୍ବା କିଛି ବର୍ଷ ପରେ ଘରକୁ ଫେରୁଥିବା ଅନେକ ବ୍ୟକ୍ତିଙ୍କ ବିଷୟରେ ଆପଣ ଜାଣିଥିବେ। କିିଛି ଲୋକ କେଉଁ ଏକ କାରଣକୁ ନେଇ ଘରୁ ପଳାଇ ପୁଣି କିଛି ବର୍ଷ ପରେ ଘରକୁ ଫେରିବା କଥା ଆମେ ଅନେକ ଖବରରେ ପ୍ରକାଶ କରିଛେ। ମାତ୍ର ଏଥର କଥା ଟିକେ ନିଆରା। ଯେଉଁ ଯୁବକ ଜଣକଙ୍କ ବିଷୟରେ ଆମେ କହିବାକୁ ଯାଉଛି ସେ ଦୀର୍ଘ ୭ ମାସ ପରେ ନିଜ ଘରକୁ ଫେରିଛନ୍ତି। ତାହା ପୁଣି ହଜିଯାଇ କିମ୍ବା ଅନ୍ୟ କୌଣସି କାରଣ ପାଇଁ ନୁହେଁ, ନିଜ ଶରୀରର ଓଜନ ହ୍ରାସ କରି ପରିବାର ଲୋକଙ୍କୁ ଚକିତ କରିଦେବାକୁ। ଆଉ ଶେଷରେ ତାହା ହିଁ ହୋଇଥିଲା। ସେ ଏତେ ପତଳା ହୋଇଯାଇଥିଲେ ଯେ ପରିବାର ଲୋକ ତାଙ୍କୁ ଚିହ୍ନି ପାରି ନଥିଲେ।

୩୪ ବର୍ଷୀୟ ଏହି ଯୁବକଙ୍କ ନାମ ବ୍ରାୟନ୍‌ ଓ କିଫି। ‌ତାଙ୍କ ଓଜନ ପୂର୍ବରୁ ୧୫୨ କିଲୋ ଥିବା ବେଳେ ଏବେ ସେ ପ୍ରାୟ ୬୩ କିଲୋ ଓଜନ ହ୍ରାସ କରି ଦେଇଛନ୍ତି। ଯୁବକ ଜଣକ ଆୟରଲ୍ୟାଣ୍ଡ୍‌ର ବାସିନ୍ଦା। ସେ ତାଙ୍କ ଓଜନକୁ ନେଇ ଖୁବ୍‌ ଚିନ୍ତିତ ରହୁଥିଲେ। ଏପରିକି ନିଜ ଓଜନ ହ୍ରାସ କରିବାକୁ ସେ ଅନେକ ଉପାୟ ଆପଣେଇଥିଲେ। ଏହି କାରଣରୁ ସେ କିଛି ଅଲଗା ଚିନ୍ତା କଲେ ଓ ଘରୁ ବାହାରେ ରହି ସେ ନିଜର ଓଜନ ହ୍ରାସ କରିବାକୁ ଯୋଜନା କଲେ।

ସେ ନିଜ ଘରଠାରୁ ଦୂର ସ୍ପେନ ଚାଲିଗଲେ। ସେଠାରେ ପହଞ୍ଚିବା ପରେ ସେ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ପୂରାପୂରି ଯୋଗାଯୋଗ ଛିନ୍ନ କରିଦେଲେ। ଘରଠାରୁ ଦୂରକୁ ଯିବା ଦିନଠାରୁ ୬-୭ ମାସ ପର୍ଯ୍ୟନ୍ତ କେବଳ ନିଜର ଓଜନ ହ୍ରାସ ଯାତ୍ରା ଉପରେ ଧ୍ୟାନ ଦେଲେ। ଯୋଗକୁ ସେ ଆଶାନୁରୂପ ସଫଳତା ବି ପାଇଲେ।

ସେ‌ ଯେତେବେଳେ ପତଳା ହୋଇ ଘରକୁ ଫେରିଲେ ତ ପ୍ରଥମେ ତାଙ୍କ ପରିବାର ଲୋକ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଭିଡିଓରେ ଆପଣ ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ଦେଖିପାରୁଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe