ଦିନକୁ ଗୋଟେ ଅଣ୍ଡା ଖାଇ ହୃଦୟକୁ ରଖନ୍ତୁ ସୁସ୍ଥ, ଜାଣନ୍ତୁ ଏହାର ଅନେକ ଫାଇଦା

Advertisment
ଦିନକୁ ଗୋଟେ ଅଣ୍ଡା ଖାଇ ହୃଦୟକୁ ରଖନ୍ତୁ ସୁସ୍ଥ, ଜାଣନ୍ତୁ ଏହାର ଅନେକ ଫାଇଦା

Hindustan Times

ଯଦି ଆପଣ ହୃଦ୍‌ଘାତରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଲେଖାଏ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । କିଛି ଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସପ୍ତାହକୁ ୧୨ଟି ଅଣ୍ଡା ଖାଇଲେ, ପ୍ରି-ଡାଏବେଟିଜ୍‌ ବା ଟାଇପ୍‌-୨ ଡାଏବେଟିଜ୍‌ ରୋଗୀଙ୍କ ମଧ୍ୟରେ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇ ଯାଇଥାଏ । ତେବେ ହୃଦୟ ସହ ଅଣ୍ଡା ଶରୀରର ଅନ୍ୟ କେଉଁ ସବୁ ସମସ୍ୟାକୁ ଦୂର କରିଥାଏ, ଆସନ୍ତୁ ଜାଣିବା...

୧. ଅଣ୍ଡାରେ ପ୍ରୋଟିନ୍‌ ଏବଂ ୯ଟି ଅନ୍ୟ ଆମିନୋ ଏସିଡ୍‌ ରହିଥାଏ । ଯାହା ମସ୍ତିସ୍କକୁ ସୁସ୍ଥ ରଖିଥାଏ । ଦିନକୁ ଗୋଟେ ବା ଦୁଇଟି ଅଣ୍ଡା ଖାଇବା ଦ୍ୱାରା ଆଖିକୁ ସ୍ପଷ୍ଟ ଭାବେ ଦେଖାଯିବା ସହ ଦୃଷ୍ଟିଶକ୍ତି ସୁଧୁରିବା ଆରମ୍ଭ ହୋଇଥାଏ ।

Image result for eating egg Bon6 Appetit

୨. ଅଣ୍ଡାରେ ଭିଟାମିନ୍‌ ଡି ଏବଂ ପ୍ରୋଟିନ୍‌ ଭରପୂର ମାତ୍ରାରେ ରହିଥାଏ । ଯେଉଁ ଲୋକମାନଙ୍କୁ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି, ସେମାନଙ୍କୁ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ନିହାତି ଆବଶ୍ୟକ । ଯାହାଦ୍ୱାରା ଯନ୍ତ୍ରଣା କମ୍‌ ହେବା ସହ ହାଡ଼ ଶକ୍ତ ହୋଇଥାଏ ।

୩. ଯଦି ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି । ତେବେ ଅଣ୍ଡାର କେଶର ଖାଇବା ଆରମ୍ଭ କରନ୍ତୁ । ଏଥିରେ ସବୁଠାରୁ ଅଧିକ ପରିମାଣର ଆଇରନ ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe