ମନ୍ଦିର ପରିସରରେ ପ୍ରସାଦ ନାମରେ ନିଶା ବାଣ୍ଟିଲେ ଅଜଣା ବ୍ୟକ୍ତି, ଅଚେତ ହେଲେ ୨୫ ଭକ୍ତ

Advertisment
ମନ୍ଦିର ପରିସରରେ ପ୍ରସାଦ ନାମରେ ନିଶା ବାଣ୍ଟିଲେ ଅଜଣା ବ୍ୟକ୍ତି, ଅଚେତ ହେଲେ ୨୫ ଭକ୍ତ

zeenews.india.com

ଗୁରୁଗ୍ରାମ: ଗୁରୁଗ୍ରାମରେ ଏକ ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ହାତରୁ ଫଳ ରସ ପିଇ ମହିଳା ଓ ଶିଶୁଙ୍କ ସମେତ ୨୫ ଜଣ ଅଚେତ ‌ହୋଇଥିବା ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ ଏହାକୁ ପ୍ରସାଦ କହି ଲୋକଙ୍କୁ ବାଣ୍ଟୁଥିଲେ। ପୁଲିସ୍‌ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ବ୍ୟକ୍ତି ଜଣକ ଫଳରସରେ ନିଶା ଦବ୍ର୍ୟ ମିଶାଇ ଲୋକଙ୍କୁ ବାଣ୍ଟିଥିଲେ।

ମଙ୍ଗଳବାର ସଂଧ୍ୟାରେ ଫାରୁକନଗର‌ରେ ଥିବା ବୁଦ୍ଧ ମାତା ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଅଜଣା ବ୍ୟକ୍ତିଙ୍କ ହାତରୁ ନିଶା ମିଶ୍ରିତ ଫଳରସ ପିଇ ଅଚେତ ହୋଇପଡ଼ିବା ପରେ ପୀଡ଼ିତମାନେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେମାନଙ୍କୁ ବୁଧବାର ସକାଳୁ ଡିସ୍‌ଚାର୍ଜ କରାଯାଇଛି। ତେବେ କୌଣସି ଚୋରି କିମ୍ବା‌ ଲୁଟ୍‌ ମାମଲା ଏବେ ସୁଦ୍ଧା ରିପୋର୍ଟ ହୋଇନାହିଁ। ଏହା କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ଜାଣିବା ପାଇଁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଫାରୁକନଗର‌ ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ସୁନୀଲ ବେନିୱାଲ୍‌ କହିଛନ୍ତି କି ‘ଭାରତୀୟ ପିଙ୍ଗଳ କୋଡ ଧାରା ୩୨୮ରେ ଏକ ମାମଲା ରୁଜୁ ହୋଇଛି। ଜଣେ ଅଜଣା ବ୍ୟକ୍ତି ପ୍ରସାଦ ନାମରେ ମନ୍ଦିର ପରିସରରେ ଭକ୍ତମାନଙ୍କୁ ନିଶା ସେବନ କରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।’

ସେହି ମନ୍ଦିରକୁ ନିଜ ପରିବାର ସହ ଆସିଥିବା ଶୁଶୀଲ କୁମ‌ାର ନାମକ ଜଣେ ଯୁବକ କହିଛନ୍ତି କି ‘ଆମେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଜଣେ ବ୍ୟକ୍ତି ହାତରେ ଫଳରସ ଧରି ପ୍ରସାଦ କହି ଆମକୁ ପ୍ରଦାନ କଲେ। ତାହାକୁ ପିଇବା ପରେ ମୋ ପତ୍ନୀ ଓ ଝିଆରୀ ଅଚେତ ହୋଇଗଲେ। ମନ୍ଦିର ପରିସରରେ ଆହୁରି ଅନେକ ଲୋକ ଏପରି ଅଚେତ ହୋଇ ପଡ଼ିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe