ହୃତ୍‌ପିଣ୍ଡ ପାଇଁ ୩ କପ୍‌ ଚା’ ବା କଫି

Advertisment

ଚା’ବା କଫି ପରି ପାନୀୟ ଆମ ସ୍ବାସ୍ଥ୍ୟ ପାଇଁ ଅହିତକର ବୋଲି ଅନେକଙ୍କର ଧାରଣା ରହିଛି। ମାତ୍ର ଆଶ୍ଚର୍ଯ୍ୟ ଲାଗିଲେ ବି ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଦୈନିକ ମଧ୍ୟମ ଧରଣର ଚା’ ଅଥବା କଫି ପାନ ଦ୍ବାରା ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କାକୁ କମାଇ ହେବ।

ଚା’ବା କଫି ପରି ପାନୀୟ ଆମ ସ୍ବାସ୍ଥ୍ୟ ପାଇଁ ଅହିତକର ବୋଲି ଅନେକଙ୍କର ଧାରଣା ରହିଛି। ମାତ୍ର ଆଶ୍ଚର୍ଯ୍ୟ ଲାଗିଲେ ବି ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଦୈନିକ ମଧ୍ୟମ ଧରଣର ଚା’ ଅଥବା କଫି ପାନ ଦ୍ବାରା ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କାକୁ କମାଇ ହେବ।

gjgjgjgdyjy

ଚା’ବା କଫି ପରି ପାନୀୟ ଆମ ସ୍ବାସ୍ଥ୍ୟ ପାଇଁ ଅହିତକର ବୋଲି ଅନେକଙ୍କର ଧାରଣା ରହିଛି। ମାତ୍ର ଆଶ୍ଚର୍ଯ୍ୟ ଲାଗିଲେ ବି ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଦୈନିକ ମଧ୍ୟମ ଧରଣର ଚା’ ଅଥବା କଫି ପାନ ଦ୍ବାରା ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କାକୁ କମାଇ ହେବ। ଚୀନ୍‌ର ସୂଚାଓ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ମତରେ, ଦିନକୁ ତିନି କପ୍‌ କଫି ବା ଚା’ ପାନ କଲେ କାର୍ଡିଓମେଟାବୋଲିକ୍‌ ମଲ୍‌ଟିମର୍ବିଡିଟି (ସିଏମ୍‌) ପରି ହୃତ୍‌ପିଣ୍ଡ ସହ ଜଡ଼ିତ ରୋଗର ଆଶଙ୍କା କମ୍‌ ହୁଏ। ସିଏମ୍‌ କହିଲେ ସାଧାରଣତଃ ହୃଦ୍‌ରୋଗ, ମସ୍ତିଷ୍କଘାତ ଓ ଟାଇପ୍‌-୨ ମଧୁମେହ ମଧ୍ୟରୁ ଏକକାଳୀନ ଅତି କମ୍‌ରେ ଦୁଇଟି ଅବସ୍ଥାକୁ ବୁଝାଇଥାଏ। ପ୍ରଥମରୁ କୌଣସି ପ୍ରକାର ହୃତ୍‌ପିଣ୍ଡଜନିତ ରୋଗ ବା ମେଟାବୋଲିକ୍‌ ରୋଗ ନଥିବା ୟୁନାଇଟେଡ୍‌ କିଂଡମ୍‌ର କଫି, କଳା ଚା’ କିମ୍ବା ସବୁଜ ଚା’ ପିଉଥିବା ପ୍ରାୟ ୧,୮୦,୦୦୦ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ତର୍ଜମା କରି ଗବେଷକମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।

ଏହି ସ୍ବେଚ୍ଛାସେବୀମାନେ ନିୟମିତ କଫି ଓ ଚା’ ପାନ କଲା ପରେ ସେମାନଙ୍କଠାରେ କେଉଁ ରୋଗର ଆବିର୍ଭାବ ହେଉଛି, ତାହା ଉପରେ ନିଘା ରଖାଯାଇଥିଲା। ବିଭିନ୍ନ ମେଡିକାଲ୍‌ ରିପୋର୍ଟ, ଡାକ୍ତରଖାନାରୁ ମିଳିଥିବା ତଥ୍ୟ ଓ ମୃତ୍ୟୁ ପ୍ରମାଣପତ୍ର ଆଦିରୁ ଜଣାପଡ଼ିଥିଲା ଯେ, ଆଦୌ କଫି ପିଉ ନଥିବା ବା ସାମାନ୍ୟ ଅଳ୍ପ କଫି ପିଉଥିବା ଲୋକଙ୍କ ତୁଳନାରେ ଯେଉଁମାନେ ଦୈନିକ ତିନି କପ୍‌ କଫି ପିଉଥିଲେ, ସେମାନଙ୍କ ଠାରେ ସିଏମ୍‌ ଦେଖାଦେବାର ଆଶଙ୍କା ୪୮.୧ ପ୍ରତିଶତ କମ୍‌ ରହିଥିଲା। ଏପରିକି ଦୈନିକ ୨୦୦ରୁ ୩୦୦ ମିଲିଗ୍ରାମ୍‌ର କ୍ୟାଫିନ୍‌ ଗ୍ରହଣ କରିଥିବା ଲୋକଙ୍କର ସେହି ଆଶଙ୍କା  ୪୦.୭ ପ୍ରତିଶତ କମ୍‌ ରହିଥିଲା। ତେବେ କଫି ଓ ଚା’ରେ ରହିଥିବା କ୍ୟାଫିନ୍‌ ନାମକ ରାସାୟନିକ ପଦାର୍ଥ ଶରୀରରେ ସିଏମ୍‌ ବିକଶିତ ହେବାକୁ ରୋକିଦେଇଥାଏ ବୋଲି ଗବେଷକମାନେ ଅନୁମାନ କରୁଛନ୍ତି।

ଅବଶ୍ୟ ଏହି କ୍ୟାଫିନ୍‌ ସିଧାସଳଖ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟ ସହ ଜଡ଼ିତ ବୋଲି ସ୍ପଷ୍ଟ ହୋଇନାହିଁ। କାରଣ ହୃତ୍‌ପିଣ୍ଡକୁ ଉତ୍ତମ ରଖିବାରେ ଅନ୍ୟାନ୍ୟ କାରକଗୁଡ଼ିକର ମଧ୍ୟ ଭୂମିକା ରହିଛି। ଅପରପକ୍ଷେ, ବିଶେଷ କରି ଶକ୍ତିବର୍ଦ୍ଧକ ପାନୀୟ ଜରିଆରେ ମାତ୍ରାଧିକ କ୍ୟାଫିନ୍‌ ସେବନ ହୃଦ୍‌ସ୍ପନ୍ଦନରେ ବିଶୃଙ୍ଖଳା ଆଣିପାରେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe