ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ: ୩, ୧୨, ୨୧ ଓ ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ତିନି (୩)

Advertisment
ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ: ୩, ୧୨, ୨୧ ଓ ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ତିନି (୩)

ଏ ବର୍ଷ ଆପଣ ନିଜର କ୍ୟାରିୟରରେ ସଫଳତା ପାଇଁ କୌଣସି ବଡ଼ ପରିବର୍ତ୍ତନର ସମ୍ମୁଖୀନ ହେବେ। ଅପ୍ରେଲରୁ ସେପ୍‌ଟେମ୍ବର ମାସ ଭିତରେ ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟାବସାୟିକ କାର୍ଯ୍ୟରେ ରାଜ୍ୟ ବାହାରକୁ ଓ ବିଦେଶ ମଧ୍ୟ ଯାଇପାରନ୍ତି। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହେବ। ଅପ୍ରେଲରୁ ଅଗଷ୍ଟ ମାସ ଭିତରେ ଚାକିରି ପାଇଁ ପ୍ରୟାସ କରି ଆସୁଥିବା ମହିଳାମାନେ ସଫଳ ହେବେ। ପରିବାରର ଦାୟିତ୍ଵ ପ୍ରତି ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ହେବ। ତା’ହେଲେ ଯାଇ ଜୀବନସାଥୀଙ୍କ ଠାରୁ ଢେର୍‌ସାରା ପ୍ରେମ ଓ ସୁଖ ପାଇବେ। ୨୧ ରୁ ୩୦ ବର୍ଷ ବୟସ୍କ ମାନଙ୍କ ପାଇଁ ଏ ବର୍ଷ ବିବାହର ସୁଯୋଗ ରହିଛି। ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ, ଯଥେଷ୍ଟ ସଫଳତା ହାସଲ କରିବେ। ଅକ୍‌ଟୋବର, ନଭେମ୍ବର ମାସରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ଓ ଡାକ୍ତରଖାନା ଯାଇପାରନ୍ତି।
ଶୁଭଅକ୍ଷର: ଅ, ଇ ଏବଂ ତ।
ଶୁଭରତ୍ନ: ପୁଷ୍ପରାଗମଣି ଓ ପୀତ ଟପାଜ।
ଶୁଭସ୍ଥାନ: ରାଉରକେଲା, ଅନୁଗୁଳ ଓ ପାରଳାଖେମୁଣ୍ଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe