nari.punjabkesari.in
ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣରେ ଭରପୂର ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କୋଷ୍ଠକାଠିନ୍ୟ, କିଡ୍ନି ସମସ୍ୟା ଏବଂ ଗଳା ଖରାପ ହେବା ସମସ୍ୟାଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା ଲେମ୍ବୁ ଦୂର କରିଥାଏ । ଏହା ଛଡ଼ା ଲେମ୍ବୁ ରକ୍ତଚାପ ଏବଂ ଅବସାଦ ମଧ୍ୟ ଦୂର କରିଥାଏ । ଆସନ୍ତୁ ଜାଣିବା ଏହାର ଅନେକ ଫାଇଦା ବିଷୟରେ..।
୧. ଗଳାରେ କୌଣସି ସମସ୍ୟା ଦେଖାଗଲେ ୧ ଚାମଚ ଆପଲ ସାଇଡ଼ର ଭିନେଗାରରେ,୨ଚାମଚ ମହୁ ଏବଂ ୨ ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏପରି କରିବା ଦ୍ୱାରା ଗଳା ଦରଜ ହେବା ସମସ୍ୟା ଦୂର ହୋଇଥାଏ।
୨.ଲେମ୍ବୁରେ ଭିଟାମିନ୍ ସି, ପୋଟାସିୟମ ଏବଂ ଆଇରନ ଭରପୂର ହୋଇ ରହିଥାଏ । ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଶୀତଦିନେ ହେଉଥିବା ଶାରୀରିକ ସମସ୍ୟାରୁ ମଧ୍ୟ ଏହା ରକ୍ଷା କରିଥାଏ ।
nari.punjabkesari.in୩.ସୁସ୍ଥ ଏବଂ ସୁନ୍ଦର ତ୍ୱଚା ପାଇଁ ଲେମ୍ବୁର ସେବନ କରିବା ଅତ୍ୟନ୍ତ ଜରୁରୀ । ଲେମ୍ବୁ ଆପଣଙ୍କୁ ବୟସ ବଢ଼ିବା ଦ୍ୱାରା ହେଉଥିବା ତ୍ୱଚାଜନିତ ସମସ୍ୟାରୁ ରକ୍ଷା କରିଥାଏ ।
୪.ପ୍ରତିଦିନର ଖାଦ୍ୟରେ ଲେମ୍ବୁକୁ ଖାଇବା ଦ୍ୱାରା ହୃଦ୍ଜନିତ ସମସ୍ୟା ଦେଖାଯିବାର ଆଶଙ୍କା କମ ହୋଇଥାଏ ।
Follow Us