ଚେହେରାକୁ ଗୋରା କରାଇବାକୁ ଉଦ୍ଦିଷ୍ଟ ବିୟୁଟି ପ୍ରଡକ୍ଟ୍ର ଲେବୁଲ୍ ଦେଖି ଲୋକେ ଲୋଭେଇ ଯାଆନ୍ତି। ଏହା କିଛି ସମୟ ପାଇଁ ଆମକୁ କଳା ଚେହେରାକୁ ଲୁଚାଇ ଦେଇ ଥାଏ- ଏ କଥା ସତ। କିନ୍ତୁ ଏଥିଯୋଗୁଁ ଚର୍ମର କ’ଣ କ୍ଷତି ହୋଇଥାଏ ତାହା କଳ୍ପନାତୀତ। ବେଳେ ବେଳେ ଏହି ବିୟୁଟି ପ୍ରଡକ୍ଟ୍ କ୍ୟାନ୍ସର୍ର କାରଣ ହୋଇଥାଏ। ଆଜି ଜାଣନ୍ତୁ, ବାଥ୍ରୁମ୍ରେ ରଖାଯାଉଥିବା ଏପରି ୩ଟି ବିୟୁଟି ପ୍ରଡକ୍ଟ୍ ବିଷୟରେ, ଯାହାକୁ ବ୍ୟବହାର କଲେ କ୍ୟାନ୍ସର୍ ହେବାର ସମ୍ଭାବନା ଥାଏ।
୧- ବଡି ଲୋସନ୍:- ପିଚ୍ ମିଲ୍କ୍, କୋକୋ ମିଲ୍କ୍ ଏବଂ ସିଆ ବଟର୍ ଭଳି ଅନେକ ବଡି ଲୋସନ୍ ବଜାରରେ ମିଳେ। ବ୍ୟକ୍ତି ନିଜ ତ୍ୱଚାନୁସାରେ ଏହାକୁ କିଣି ଥା’ନ୍ତି। କିନ୍ତୁ, କେହି ଏହାର ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ଜାଣି ନ ଥାଆନ୍ତି। ପ୍ରଥମେ ଜାଣନ୍ତୁ, ବଡି ଲୋସନ୍ ରେ ରହିଥିବା ବାସ୍ନା କଥା। ଏହା ସ୍ଥାଲେଟ୍ ଏସିଡ୍ରେ ତିଆରି ହୋଇଥିବାରୁ ଚର୍ମର ଅଶେଷ କ୍ଷତି କରାଇଥାଏ। କାରଣ ଏଥିରେ କୋଇଲାରୁ ନିର୍ଗତ ଆଲକାତରା ବ୍ୟବହାର ହୋଇଥାଏ। ଏହି ଆଲକାତରା ହିଁ ଚର୍ମ କର୍କଟ ରୋଗ କରାଇବାର ମୁଖ୍ୟ କାରଣ। ତେଣୁ ବଡି ଲୋସନ୍ ବ୍ୟବହାର ନ କରି ପ୍ରାକୃତିକ ତୈଳ ବ୍ୟବହାର କରନ୍ତୁ।
୨- ଫେସ୍ଓ୍ଵାସ୍:- ଫେସ୍ଓ୍ଵାସ୍ରେ ଥିବା ପେରାବିନ୍ ମସ୍ତିଷ୍କ କୁ ଖରାପ କରିବା ସହିତ ତ୍ୱଚାର ମଧ୍ୟ କ୍ଷତି କରିଥାଏ। ଖାଲି ସେତିକି ନୁହେଁ ଏଥିରେ ସ୍ତନକର୍କଟ କାରକ ଟିସ୍ୟୁ ଥିବା କଥା ଗବେଷକମାନେ କହୁଛନ୍ତି।
୩- ଫେସ୍ ମଶ୍ଚରାଇଜର୍:- ଏଥିରେ ସ୍ଥାଲେଟ୍ଏବଂ ପେରାବିନ୍। ତେଣୁ ଆପଣ ଏହା ବଦଳରେ ଆପଣଙ୍କ ମୁଖ ମଣ୍ଡଳରେ ବାସ୍ନାହୀନ ତେଲ ବ୍ୟବହାର କରନ୍ତୁ।
Follow Us