ଏହି ୩ ପ୍ରକାରର ସଂପର୍କ ମଧ୍ୟରୁ ଆପଣଙ୍କ ସଂପର୍କ କିପରି? ପରଖି ନିଅନ୍ତୁ

ଏହି ୩ ପ୍ରକାରର ସଂପର୍କ ମଧ୍ୟରୁ ଆପଣଙ୍କ ସଂପର୍କ କିପରି? ପରଖି ନିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତି ସଂପର୍କରେ ବନ୍ଧା। ତାହା ଭିନ୍ନ କଥା ଯେ କାହା ସଂପର୍କ କିପରି। ସଂପର୍କକୁ ତୁଲାଇ ପାରିଲେ ଜୀବନ ସୌନ୍ଦର୍ଯ୍ୟଭରା। ସଂପର୍କ ଠିକ ଭାବେ ନ ତୁଲାଇଲେ ସୁଖ ବି ଦୁଃଖ ପରି ଲାଗେ। ତେବେ, ସମସ୍ତଙ୍କ ସଂପର୍କ ଭିନ୍ନ ହୋଇଥାଏ। ସେଗୁଡ଼ିକ ହେଉଛି ସୁରକ୍ଷିତ ସଂପର୍କ, ଉତ୍ସୁକତାର ସଂପର୍କ ଓ ଯତ୍ନହୀନ ସଂପର୍କ।

publive-image

ସୁରକ୍ଷିତ ସଂପର୍କ: ଏହି ଧରଣର ସଂପର୍କ ସର୍ବକୃଷ୍ଟ ହୋଇଥାଏ। ଏପରି ସଂପର୍କରେ ଥିଲେ ବ୍ୟକ୍ତି ନିଜକୁ ସୁରକ୍ଷିତ ମଣନ୍ତି। ଆପଣ ଯଦି କୌଣସି ଏମିତି ବ୍ୟକ୍ତିଙ୍କ ସହ ସଂପର୍କରେ ଅଛନ୍ତି ଯାହାଙ୍କ ଉପସ୍ଥିତରେ ଆପଣଙ୍କ ଭୟ ଛାଡ଼ିଯାଉଛି, ଆତ୍ମବିଶ୍ୱାସ ବୃଦ୍ଧି ପାଉଛି ବା ଆପଣ ନିଜକୁ ସୁରକ୍ଷିତ ମଣୁଛନ୍ତି ତେବେ ସେ ଧରଣର ସଂପର୍କକୁ କୁହାଯାଏ ସୁରକ୍ଷିତ ସଂପର୍କ।

publive-image

ଉତ୍ସୁକତାର ସଂପର୍କ: ଏହି ଧରଣର ସଂପର୍କରେ ପରସ୍ପରଙ୍କୁ ହରାଇବାର ଭୟ ଥାଏ। ପରସ୍ପରଙ୍କୁ ଖୁସି କରାଇବା ଏହି ସଂପର୍କର ମୁଖ୍ୟ ଉଦେଶ୍ୟ ହୋଇଥାଏ। ଏପରି ସଂପର୍କରେ ଟିକେ ଅଭିନୟ ବି ରହିଥାଏ। ଏ ଧରଣର ସଂପର୍କ ଏତେ ସୁସ୍ଥ ନୁହେଁ। କୌଣସି ମୁହୂର୍ତ୍ତରେ ବି ଭାଙ୍ଗି ଯାଇପାରେ। ତେବେ ଏପରି ସଂପର୍କ ରୋମାଞ୍ଚକର ହୋଇଥାଏ।

publive-image

ଯତ୍ନହୀନ ସଂପର୍କ: ଏ ଧରଣର ସଂପର୍କରେ ବ୍ୟକ୍ତି ଯୋଗାଯୋଗରେ ତ ନିଶ୍ଚୟ ରୁହନ୍ତି ମାତ୍ର ପରସ୍ପରର ଭାବନା କିମ୍ବା ଭାବପ୍ରବଣତା ପ୍ରତି ପରସ୍ପରଙ୍କର ଖାତିର ନଥାଏ। ନିଜର ସ୍ୱାର୍ଥ ଏ ଧରଣର ସଂପର୍କରେ ପ୍ରାଥମିକତା ହୋଇଥାଏ। ଏହାକୁ ସଂପର୍କର ଆଖ୍ୟା ନ ଦିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe