ଏହି ୪ଟି ଘରୋଇ ଉପାୟ ଆପଣାଇ ଦୂର କରନ୍ତୁ ସୁଖିଲା କାଶର ସମସ୍ୟା

Advertisment
ଥଣ୍ଡା, କାଶ, ଜ୍ବର ପୀଡ଼ିତ ସାବଧାନ! ଡାକ୍ତରୀ ପରାମର୍ଶ ବିନା ଔଷଧ ନେଲେ ତଥ୍ୟ ପାଇଯିବ ସ୍ବାସ୍ଥ୍ୟ ବିଭାଗ

nari.punjabkesari.in

କାଶ ହେଲେ ଗଳା ଦରଜ ହୋଇଯିବା ସହ ଛାତି ଉପରେ ମଧ୍ୟ ଚାପ ପକାଇଥାଏ । ଋତୁ ପରିବର୍ତ୍ତନ ହେଲେ ଲୋକମାନେ ଅନେକ ସଂକ୍ରମଣର ଶିକାର ହୋଇ ଥଣ୍ଡା ଜ୍ୱରରେ ପଡ଼ିଥାନ୍ତି । ଯାହା ପରେ କାଶ ହେବାର ସମସ୍ୟା ଆରମ୍ଭ ହୋଇଥାଏ । ଖାସ୍‌ କରି ସୁଖିଲା କାଶ ଲୋକମାନଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ । ପେଟ ଗରମ ବା ଶରୀରରେ ଜଳୀୟଅଂଶ କମିଗଲେ ସୁଖିଲା କାଶ ଭଳି ସମସ୍ୟା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଘରୋଇ ଉପାୟ ଆପଣାଇ ଆପଣମାନେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।
୧.ସୁଖିଲା କାଶର ସମସ୍ୟା ଦେଖାଗଲେ ଅଧା ଚାମଚ ମହୁରେ କିଛି ଡ଼ାଲଚିନି ପାଉଡ଼ର ମିଶାଇ ସେବନ କରନ୍ତୁ । ଏହାକୁ ସେବନ କରିବାର କିଛି ସମୟ ପରେ ସୁଖିଲା କାଶ ଭଲ ହୋଇଯିବ ।
୨.ଗରମ ପାଣିରେ ଗୋଲ ମରିଚର ଦୁଇଟି ଦାନା ପକାଇ ଗଳ ଗଳ କରନ୍ତୁ । ଏହା ଦ୍ୱାରା ଆରମ ମିଳିବ ।

publive-image akhayar.com

୩.ଅଧା ଚାମଚ ପିଆଜ ରସରେ ଗୋଟେ ଛୋଟ ଚାମଚ ମହୁ ମିଶାଇ ଦିନକୁ ଦୁଇଥର ସେବନ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ସୁଖିଲା କାଶର ସମସ୍ୟା ଦୂର ହୋଇଯିବ ।
୪.ତୁଳସୀ ପତ୍ରର ଚା’ ତିଆରି କରି ପିଇବା ଦ୍ୱାରା ମଧ୍ୟ କାଶ ହେବା ବନ୍ଦ ହୋଇ ଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe