ପ୍ରତ୍ୟହ ପାଞ୍ଚ ମିନିଟ୍‌ ଖରାରେ ରହିଲେ ଏହି ରୋଗର ଆଶଙ୍କା ନାହିଁ !

Advertisment
ପ୍ରତ୍ୟହ ପାଞ୍ଚ ମିନିଟ୍‌ ଖରାରେ ରହିଲେ ଏହି ରୋଗର ଆଶଙ୍କା ନାହିଁ !

ଅନେକ ଲୋକ ଏବେ ଟିବିରେ ଆଶଙ୍କାରେ ଜର୍ଜରିତ ।ଏହି ସଂକ୍ରମଣର ଚିନ୍ତା ଅନେକଙ୍କୁ ଘାରିଛି। ଯଦି ଏଥିରୁ ରକ୍ଷା ପାଇବା ଚାହାଁନ୍ତି,ତେବେ ପ୍ରତିଦିନ ଦିନରେ ଅତିକମ୍‌ ରେ ପାଞ୍ଚ ମିନିଟ୍‌ ଖରାରେ ରହନ୍ତୁ। ଏହାକଲେ ଆପଣ ନୀରୋଗ ବି ରହିବେ।
ଲକ୍ଷ୍ନୌରେ ଅନୁଷ୍ଠିତ ଇଣ୍ଡିଆ ଇଣ୍ଟରନେସନାଲ୍‌ ସାଇନ୍‌ସ ଫେଷ୍ଟିଭାଲ(ଆଇ ଆଇ ଏସ ଏଫ୍‌)ର ହେଲ୍‌ଥ କନ୍‌କ୍ଲେଭ୍‌ରେ କିଙ୍ଗ୍‌ସ ଜର୍ଜ ମେଡିକାଲ୍‌ ୟୁନିଭର୍ସ ୟୁନିଭର୍ସିଟିର ରେସ୍ପିରେଟେରି ମେଡିସିନ୍‌ର ହେଡ୍‌ ଡାକ୍ତର ସୂର୍ଯ୍ୟକାନ୍ତ କହିଛନ୍ତି ଯେ,ଖରାରେ ରହିଲେ ଟିବି ବ୍ୟାକ୍ଟେରିଆ ମରିଯାଆନ୍ତି।
ଏକ ତଥ୍ୟରୁ ଜଣାଯାଇଛି ଯେ ଭାରତରେ ଏବେ ପ୍ରାୟ ୩୨ ଲକ୍ଷ ଟିବି ରୋଗୀ ଅଛନ୍ତି। ଟ୍ରାନ୍‌ସ ଫ୍ୟୁଜନ୍‌ ମେଡିସିନ୍‌ ବିଭାଗର ମୁଖ୍ୟ ଡାକ୍ତର ତୁଲିକା ଚନ୍ଦ୍ରା କହିଛନ୍ତି ଯେ, ପ୍ରତି ତିନି ମାସରେ ରକ୍ତଦାନ କରିବା ଉଚିତ। ଏହା ଫଳରେ ରକ୍ତର ମୋବିଲିଟି ବଢ଼ିଥାଏ ଓ ହୃଦଘାତର ଆଶଙ୍କା ମଧ୍ୟ ପାଞ୍ଚ ପ୍ରତିଶତ ହ୍ରାସ ପାଇଥାଏ।

publive-image
ଏଣୁ ଉପରୋକ୍ତ ଦିଗପ୍ରତି ଧ୍ୟାନ ଦେଲେ ଟିବି ସଂକ୍ରମଣର ଆଶଙ୍କା ଏକଦମ୍‌ କମିଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe