ସକାଳ ଜଳଖିଆରେ ସାମିଲ୍‌ କରନ୍ତୁ ଅମୃତଭଣ୍ଡା: ଶେଷ ହୋଇଯିବ ଏ ସମସ୍ତ ସମସ୍ୟା

Advertisment
ସକାଳ ଜଳଖିଆରେ ସାମିଲ୍‌ କରନ୍ତୁ ଅମୃତଭଣ୍ଡା: ଶେଷ ହୋଇଯିବ ଏ ସମସ୍ତ ସମସ୍ୟା

www.google.com

ଯଦି ଅଳ୍ପ ଟଙ୍କାରେ ସୁସ୍ଥକର କୌଣସି ଫଳ ଖାଇବାକୁ ଚାହାନ୍ତି ତ ତେବେ ଅମୃତଭଣ୍ଡାଠୁ ଭଲ ଫଳ ଆଉ କିଛି ହୋଇପାରେନା। ଅମୃତଭଣ୍ଡାରେ ଫାଇବର୍‌, ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଅନେକ ମିନେରାଲ୍‌ସ ଓ ଭିଟାମିନ୍‌ସ ରହିଛି। ତେବେ ସକାଳ ଜଳଖିଆରେ ଆପଣ ଯଦ ଅମୃତଭଣ୍ଡା ଖାଉଛନ୍ତି ତାହାରେ ଏହାଠାରୁ ଭଲ ଖାଦ୍ୟ ଆଉ କିଛି ନାହିଁ। ଯଦିଓ ଅମୃତଭଣ୍ଡା ଆପଣ ଦିନର କୌଣସି ବି ସମୟରେ ଖାଇ‌ପାରିବେ, ମାତ୍ର ସକାଳ ଖାଇବା ସର୍ବୋତକୃଷ୍ଟ ହୋଇଥାଏ ବୋଲି ଡାକ୍ତର ପରାମର୍ଶ ଦିଅନ୍ତି।

ଅମୃତଭଣ୍ଡା ସକାଳ ଜଳଖିଆରେ ଖାଇବାର ଅନେକଗୁଡ଼ିଏ କାରଣ ରହିଛି। ଆପଣ ଯଦି ସକାଳ ଜଳଖିଆରେ ଏହାକୁ ଖାଉଛନ୍ତି ତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗିବ ନାହିଁ। ଆଜିକାଲି କାର୍ଯ୍ୟବ୍ୟସ୍ତତା ହେତୁ ଆମେ ମଧ୍ୟାହ୍ନ ଭୋଜନ ପ୍ରାୟତଃ ବିଳମ୍ବରେ କରିଥାନ୍ତି। ଯଦି ସକାଳୁ ଅମୃତଭଣ୍ଡା ଖାଇଥିବେ ତ ବିଳମ୍ବରେ ‘ଲଞ୍ଚ୍‌’ କଲେ ବି ବିଶେ‌େ ଫରକ ପଡ଼ିବନାହିଁ।

ଅମୃତଭଣ୍ଡା ଖାଇବା ଦ୍ବାରା ଆମର ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ। ଆପଣଙ୍କ ଯଦି ପେଟ ସମସ୍ୟା ଅଛି ତ ନିୟମିତ ଏହାକୁ ଖାଇବା ଦ୍ବାରା ଧୀରେ ଧୀରେ ସେ ସମସ୍ୟା ଦୂର ହୋଇଯିବ।

ତେବେ ଓଜନ ହ୍ରାସ କରିବା ପାଇଁ ବି ଏହି ଫଳଟି ସର୍ବୋତ୍ତମ। ଯେଉଁମାନେ ଡଏଟ୍‌ରେ ରହୁଛନ୍ତି ସେମାନେ ନିଜ ଖାଦ୍ୟ ତାଲକାରେ ଅମୃତଭଣ୍ଡାକୁ ନିଶ୍ଚୟ ସାମିଲ୍‌ କରନ୍ତୁ।

ତ୍ବଚା ପାଇଁ ଅମୃତଭଣ୍ଡା ଖୁବ୍ ଭଲ। ଏହାକୁ ଖାଇବା ଦ୍ବାରା ତ୍ବଚା ନରମ ହେବା ସହ ସୁସ୍ଥ ରହିଥାଏ। ତେବେ ଏଥିରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe