ଆପଣଙ୍କ ଅନେକ ସମସ୍ୟାକୁ ଦୂର କରିଦେବ ବାସ୍‌ ଏହି ଗୋଟାଏ ପତ୍ର

ଆପଣଙ୍କ ଅନେକ ସମସ୍ୟାକୁ ଦୂର କରିଦେବ ବାସ୍‌ ଏହି ଗୋଟାଏ ପତ୍ର

Castro Marina

ସବୁଜ ପନିପରିବା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରେ ସେଥିପାଇଁ ମଧ୍ୟ ଡ଼ାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର । ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ ନାହାନ୍ତି, ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ମଧ୍ୟ ସେବନ କରି ପାରିବେ । ଭିଟାମିନ ଏ ଏବଂ ଭିଟାମିନ୍‌ ସିରେ ଭରପୂର ଥିବା ଧନିଆ ପତ୍ର ଶରୀରର ଅନେକ ସମସ୍ୟାକୁ କିଛି ସମୟ ମଧ୍ୟରେ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ଧନିଆ ପତ୍ରକୁ ଖାଇବା ଦ୍ୱାରା ଶରୀରର କେଉଁ ସମସ୍ୟା ଦୂର ହୋଇଥାଏ।

: ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର ଖୁବ୍‌ ଭଲ। ଏହାକୁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ସେଥିପାଇଁ ଆପଣ ତରକାରୀ କିମ୍ବା ସାଲାଡ୍‌ରେ ଧନିଆ ପତ୍ର ପକାଇବାକୁ ଭୁଲନ୍ତୁ ନାହିଁ।

: ଏଥିରେ ଭିଟାମିନ ଏ ଏବଂ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥିବାରୁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

: ଖରା ଦିନେ କିଛି ଲୋକଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦେଖା ଯାଏ । ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଖା ଦେଉଛି ତେବେ ଖାଇବାରେ ଧନିଆ ପତ୍ରକୁ ସାମିଲ କରନ୍ତୁ । ଧନିଆର ପତ୍ର ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ।

: ଏହା ତ୍ବଚା ପାଇଁ ବି ଖୁବ୍ ଭଲ ହୋଇଥାଏ। ବେଳେ ବେଳେ କାମର ଚାପ ହେତୁ ଲୋକମାନେ ସଠିକ୍‌ ପରିମାଣରେ ପାଣି ପିଇ ପାରନ୍ତି ନାହିଁ । ଯାହା ଫଳରେ ମୁତ୍ର ସମସ୍ୟା ଦେଖା ଯାଇଥାଏ । ଏଭଳି ପରିସ୍ଥିରେ ଧନିଆ ପତ୍ରକୁ ରାଇତା, ସାଲାଡ଼ ଏବଂ ତରକାରୀରେ ପକାଇ ଖାଇବା ଆରମ୍ଭ କରନ୍ତୁ । ଏହି ସମସ୍ୟା ଦୂର ହେବ ।
: ଆଣ୍ଠୁଗଣ୍ଠିର ସମସ୍ୟା ଦେଖା ଯାଉଥିଲେ ପ୍ରତିଦିନର ଖାଇବାରେ ଏହାକୁ ସାମିଲ କରନ୍ତୁ । ଧନିଆ ପତ୍ର ଉପଲବ୍ଧ ନ ଥିଲେ ଧନିଆ ପାଉଡର ମଧ୍ୟ ଆପଣ ବ୍ୟବହାର କରି ପାରିବେ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠିର ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe