ଶୀତ ଦିନେ ୨୦ମିନିଟ୍‌ ଶରୀରକୁ ଦିଅନ୍ତୁ ସୂର୍ଯ୍ୟକିରଣରେ, ମିଳିବ ଏହି ସବୁ ଫାଇଦା

ଶୀତ ଦିନେ ୨୦ମିନିଟ୍‌ ଶରୀରକୁ ଦିଅନ୍ତୁ ସୂର୍ଯ୍ୟକିରଣରେ, ମିଳିବ ଏହି ସବୁ ଫାଇଦା

nari.punjabkesari.in

ଶୀତ ଦିନେ ସକାଳ ସମୟରେ କଅଁଳ ଖରାରେ ବସିବାର ମଜା ଅଲଗା ରହିଥାଏ । କିଛି ଲୋକ ସକାଳ ସମୟରେ ହେଉଥିବା ଶୀତର ପ୍ରକୋପରୁ ବଞ୍ଚିବା ପାଇଁ କଅଁଳ ଖରାରେ ବସିଥାନ୍ତି । କିନ୍ତୁ ସକାଳର କଅଁଳ ଖରା ଶୀତରୁ ରକ୍ଷା କରିବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଆଜି ଆମେ ସେହି ସବୁ ଫାଇଦା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।

୧.ଶୀତ ଦିନେ ଅଧିକ ଥଣ୍ଡା ହେତୁ ହାତ-ଗୋଡ଼ ବଧିର ହୋଇ ଯାଇଥାଏ । ଫଳରେ କୌଣସି କାମ କରିବାକୁ ଇଚ୍ଛା ହୋଇ ନଥାଏ । ଏଭଳି ପରିସ୍ଥିତିରେ ସକାଳର କଅଁଳ ଖରା ଆଗରେ ୨ ମିନିଟ୍‌ ବସିବା ପରେ ଶରୀରରେ ଫୁର୍ତ୍ତି ଆସିଥାଏ ।

Secret to health benefits of sunshine is more than vitamin D

୨.ସକାଳ ସମୟରେ କଅଁଳ ଖରାରେ ବସିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍‌ ଡି ମିଳିଥାଏ । ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟା ସମୟରେ ୧୦-୧୫ମିନିଟ୍‌ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଭିଟାମିନ୍‌ ଡିର ସ୍ତର ୯୦ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ପ୍ରତିଦିନ ଏପରି କରିବା ଦ୍ୱାରା ଆଣ୍ଠୁ-ଗଣ୍ଠିର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୩. ମଧୁମେହ ରୋଗୀ ଏବଂ ହୃଦ୍‌ରୋଗୀମାନେ ଶୀତ ଦିନିଆ କଅଁଳ ଖରାରେ ବସିବା ଦ୍ୱାରା ସେମାନଙ୍କୁ ଅନେକ ଲାଭ ମିଳିଥାଏ ।

6 Tips For Using Sunlight To Boost Your Vitamin D Levels - Blog |  Everlywell: Home Health Testing Made Easy

୪. ଶୀତ ଦିନେ ସକାଳର କଅଁଳ ଖରାରେ ୧୫ମିନିଟ୍‌ ବସିବା ଦ୍ୱାରା ଭଲ ନିଦ ହୋଇଥାଏ । ଯେଉଁମାନଙ୍କୁ ଶୀତ ଦିନେ ଶୋଇବାରେ ଅସୁବିଧା ଅନୁଭବ ହେଉଛି ସେମାନେ ଏହି ଉପାୟ ଆପଣାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe