ବୟସ ବୃଦ୍ଧି ସହ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସୁସ୍ଥ ଜୀବନଯାପନ କରି ପାରିବା

ବୟସ ବୃଦ୍ଧି ସହ ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସୁସ୍ଥ ଜୀବନଯାପନ କରି ପାରିବା

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ଆଜିକାଲି ଲୋକେ ନିଜର ସ୍ବ‌ାସ୍ଥ୍ୟପ୍ରତି ଯତ୍ନବାନ ହେଲେଣି। କିନ୍ତୁ ଏବେ ବି କିଛିଲୋକ ଅଛନ୍ତି ଯେଉଁମାନେ ନିଜର ସ୍ବାସ୍ଥ୍ୟ ପ୍ରତି କଦାପି ଧ୍ୟାନ ଦିଅନ୍ତି ନାହିଁ। ଏମିତିକି ଯେତେବେଳେ ଯାହା ମିଳିଲା ଖାଇ ଦେଇଥାଆନ୍ତି ଶୋଇବାର ବି କିଛି ସମୟସୀମା ନଥାଏ। ଏମିତି ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ ବୟସ ବଢ଼ିବା ସହିତ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ସହିତ ରୋଗମାଡ଼ି ବସିଥାଏ।

ତେବେ ଆସନ୍ତୁ ଜାଣିବା ବୟସ ବଢ଼ିବା ସହିତ ଆମକୁ କେଉଁ ସବୁ ଦିଗ ପ୍ରତି ଯତ୍ନବାନ ହେବାକୁ ପଡ଼ିବ।

ପ୍ରଥମତଃ ପ୍ରତି ଦୁଇମାସରେ ଆପଣ ମଧୁମେହ ପରୀକ୍ଷା କରାଇ ନିଅନ୍ତୁ। ସେହିପରି ଶରୀରରେ କୋଲେଷ୍ଟ୍ରଲସ୍ତର କେତେ ତାହା ବି ଜାଣି ରଖନ୍ତୁ।

ଏତଦ ବ୍ୟତୀତ ମାସ‌ରେ ଥରେ ରକ୍ତଚାପ କତେ ଅଛି। ଛଅମାସରେ ଥରେ କ୍ୟାନସର ସ୍କ୍ରିନିଂ ପରୀକ୍ଷା କରାଇ ନିଅନ୍ତୁ। କେବଳ ଏତିକି ନୁହେଁ କିଡନି ଓ ଲିଭର କେମିତି ଅଛି ତାହାବି ଡାକ୍ତରଙ୍କ ପରାମର୍ଶରେ ପରୀକ୍ଷା କରାନ୍ତୁ।

୩୦-୪୦ବର୍ଷ ଅତିକ୍ରମ କରିଗଲେ କେଉଁ ଖାଦ୍ୟ କେତେ ପରିମାଣରେ ଖାଇବାର ଅଛି ସେନେଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏହାପରେ ଏହାର ଏକ ତାଲିକା ପ୍ରସ୍ତୁତ କରି ଦିଅନ୍ତୁ। ଏହି ତାଲିକା ଅନୁଯାୟୀ ଆପଣ ଖାଦ୍ୟ ଖାଇ ସୁସ୍ଥ ଜୀବନଯାପନ କରି ପାରିବେ। କାରଣ ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ଠିକ ଥିଲେ ମନ ଖୁସି ରହିବ। ମନ ଖୁସି ହେଲେ ପ୍ରତ୍ୟେକ କାମ କରିବାରେ ମନ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe