navbharattimes.indiatimes.com
ଆଜିକାଲି ସମୟରେ ବିଭିନ୍ନ କାରଣକୁ ନେଇ ଭିନ୍ନ ଭିନ୍ନ ରୋଗ ସବୁ ହେଉଛି। ଭିଟାମିନ୍ ଅଭାବ ସେସବୁ ରୋଗର ଏକ ମୁଖ୍ୟ କାରଣ। ଆପଣ ଜାଣିଥିବେ ଭିଟାମିନ୍ ବି୧୨ ଶରୀର ପାଇଁ ଖୁବ୍ ଜରୁରୀ। ଭିଟାମିନ୍ ବି୧୨କୁ କୋବାଲାମିନ୍ ମଧ୍ୟ କୁହାଯାଏ। ଲାଲ ରକ୍ତ କଣିକା ତିଆରି କରିବା ପାଇଁ ଏହା ଏକ ଅତ୍ୟାବଶ୍ୟକ ପୁଷ୍ଟିକର। ଏହି ଭିଟାମିନ୍ ମସ୍ତିଷ୍କ ଏବଂ ସ୍ନାୟୁ ପାଇଁ ଖୁବ୍ ଦରକାରୀ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଭିଟାମିନ୍ ବି୧୨ର ଅଭାବରେ ଶରୀରରେ ଧଳା ଏବଂ ଲାଲ ରକ୍ତ କଣିକାର ଅଭାବ ସୃଷ୍ଟି ହୋଇଥାଏ। ଏହି କାରଣରୁ, ଆପଣ ଥକାପଣ, ଓଜନ ହ୍ରାସ, ରକ୍ତହୀନତା, ମାଂସପେଶୀ ଦୁର୍ବଳତା ଏବଂ ବନ୍ଧ୍ୟାକରଣର ବି ଶିକାର ହୋଇପାରନ୍ତି।
ଭିଟାମିନ୍ ବି୧୨କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହା ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣେ, ରକ୍ତ କଣିକା ବୃଦ୍ଧି କରେ, ଚର୍ମ ଏବଂ କେଶ ସ୍ୱାସ୍ଥ୍ୟ ପାଇଁ ଜରୁରୀ, ହୃଦଘାତର ଆଶଙ୍କା ହ୍ରାସ କରେ ମଧ୍ୟ।
ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ବି୧୨ର ମୁଖ୍ୟ ଉତ୍ସଗୁଡ଼ିକ କ’ଣ? ଭିଟାମିନ୍ ବି୧୨ ସାଧାରଣତଃ ଆମିଷରେ ଅଧିକ ରହିଥାଏ। ୧୮ ବର୍ଷରୁ ଅଧିକ ବୟସ୍କମାନଙ୍କ ଶରୀରକୁ ପ୍ରତିଦିନ ୨.୪ଏମ୍ସିଜି ଭିଟାମିନ୍ ବି୧୨ ଦରକାର।
ଭିଟାମିନ୍ ବି୧୨ର ମାଛ ହେଉଛି ସର୍ବୋତ୍ତମ ଉତ୍ସ। ଏହା ସହତ ଅଣ୍ଡା, ଚିକେନ ମଧ୍ୟ ଭିଟାମିନ୍ ବି ୧୨ର ଗୋଟାଏ ଗୋଟାଏ ଉତ୍ସ। ନିଜ ଶରୀରରୁ ଏହି ଭିଟାମିନ୍ର ଅଭାବ ଦୂର କରିବା ପାଇଁ ନିୟମିତ ବ୍ୟବଧାନରେ ଆମିଷ ଖାଇବା ଜରୁରୀ।
Follow Us