୨୨୦ କିଲୋ ଓଜନରୁ କିପରି ପାଲଟିଲେ ୭୫ କିଲୋର; ଜାଣନ୍ତୁ ଆଦ୍‌ନାନଙ୍କ ସଂଘର୍ଷମୟ କାହାଣୀ

୨୨୦ କିଲୋ ଓଜନରୁ କିପରି ପାଲଟିଲେ ୭୫ କିଲୋର; ଜାଣନ୍ତୁ ଆଦ୍‌ନାନଙ୍କ ସଂଘର୍ଷମୟ କାହାଣୀ

ମୁମ୍ବାଇ: ଖୁବ୍‌ ସୁନ୍ଦର ସୁନ୍ଦର ଗୀତ ପାଇଁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଆଦ୍‌ନାନ୍‌ ସାମୀ ଯେତିକି ଜଣାଶୁଣା ଥିଲେ, ତାଙ୍କର ବଢୁଥିବା ଓଜନ ପାଇଁ ବି ସେ ସେତିକି ଜଣାଶୁଣା ଥିଲେ। ଏପରିକି ନିଜ ଓଜନ ପାଇଁ ଜଣେ ସେଲିବ୍ରେଟି ହୋଇ ମଧ୍ୟ ଅଧିକାଂଶ ସମୟରେ ସେ ‘ବଡି ସେମିଂ’ର ଶିକାର ହେଉଥିଲେ। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଅଧିକାଂଶ ସମୟରେ ଟ୍ରୋଲ୍‌ କରୁଥିଲେ। କିଛି ବର୍ଷ ତଳେ ଆଦ୍‌ନାନ୍‌ ୨୨୦ କିଲୋର ଥିବା ବେଳେ ଏବେ ସେ ତାଙ୍କ ଓଜଦ ହ୍ରାସ କରି ୭୫ କିଲୋ ହୋଇ ସଭିଙ୍କୁ ଚକିତ କରି ଦେଇଛନ୍ତି।

ତାଙ୍କର ଏପରି ପରିବର୍ତ୍ତନର ଶ୍ରେୟ ତାଙ୍କ ଚେଷ୍ଟା ଓ ଶାରୀରିକ ବ୍ୟାୟାମକୁ ଯାଉଛି। ମାତ୍ର ଏତେ ଅଧିକ ଓଜନ ସେ କିପରି କମାଇ ପାରିଲେ? ଆସନ୍ତୁ ଜାଣିବା ଆଦ୍‌ନାନଙ୍କ ଫିଟ୍‌ନେସ୍‌ ଯାତ୍ରାର କାହାଣୀ।

୨୦୦୫ ମସିହାରେ ଆଦ୍‌ନାନ୍‌ ଅଚନକ ଇଣ୍ଡଷ୍ଟ୍ରିରୁ‌ କେଉଁଆଡ଼େ ଗାଏବ ହୋଇଗଲେ। ମାତ୍ର କିଛି ମାସ ତଳେ ଯେତେବେଳେ ସେ ଲୋକଙ୍କ ସାମ୍ନାକୁ ଆସିଛନ୍ତି ତ ତାଙ୍କୁ ଦେଖି ଲୋକ ଚକିତ ହୋଇ ଯାଇଛନ୍ତି। ତାଙ୍କୁ ଆଦୌ ବି ଚିହ୍ନି ହେଉନାହିଁ।

ଆଦ୍‌ନାନ୍‌ ୨୦୦୫ ମସିହାରେ ସର୍ଜରୀ କରାଇଥିଲେ। ସେହି କାରଣରୁ ତାଙ୍କୁ ଦୀର୍ଘ ୩ ମାସ ଧରି ବିଛଣାରେ ପଡ଼ି ରହିବାକୁ ପଡ଼ିଲା। ତାଙ୍କ ଶରୀରରେ ଚର୍ବି ଏତେ ବଢ଼ି ଯାଇଥିଲା ଯେ ସେ ଧୀରେ ଧୀରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସେହି କାରଣରୁ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଲା।

ଏପରିକି ଡାକ୍ତର ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ସେହି କାରଣରୁ ସେ ପରିବାର ଓ ବନ୍ଧୁଙ୍କ ସହାୟତାରେ ଟେକ୍ସାସ୍‌ରେ ଜଣେ ନ୍ୟୁଟ୍ରିସିୟାନ୍‌ଙ୍କ ତତ୍ବାବଧାନରେ ଓଜନ ହ୍ରାସ ଯାତ୍ରା ଆରମ୍ଭ କଲେ। ତାଙ୍କ ଧୈର୍ଯ୍ୟ ପାଇଁ ମାତ୍ର ୧୬ ମାସ ମଧ୍ୟରେ ସେ ୧୫୦-୧୫୫ କିଲୋ ଓଜନ ହ୍ରାସ କରିବାରେ ସମର୍ଥ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe