ବିବାହ ସ୍ଥିରୀକୃତ ହେବା ପରେ କରନ୍ତୁ ଏହି ସବୁ କାମ, ସୁଖମୟ ହେବ ଆପଣଙ୍କ ଦାମ୍ପତ୍ୟ ଜୀବନ!

Advertisment
ବିବାହ ସ୍ଥିରୀକୃତ ହେବା ପରେ କରନ୍ତୁ ଏହି ସବୁ କାମ, ସୁଖମୟ ହେବ ଆପଣଙ୍କ ଦାମ୍ପତ୍ୟ ଜୀବନ!

ବିବାହ ଏକ ବନ୍ଧନ। ଦୁଇଟି ଶରୀରର ନୁହେଁ, ଦୁଇଟି ଆତ୍ମାର। ଏକଥା ଆମେ ନୁହଁ ଜ୍ଞାନୀମାନେ ପୂର୍ବରୁ ବିବାହ ସଂପର୍କରେ ଏପରି ମତ ଦେଇଛନ୍ତି। ମାତ୍ର ଆପଣ ଆହୁରି ଏକ କଥା ମନେ ରଖନ୍ତୁ। ବିବାହ କେବଳ ଦୁଇଟି ଆତ୍ମାର ନୁହେଁ, ଦୁଇ ପରିବାରର ମିଳିନ। ସେଥିପାଇଁ ବିବାହ ସ୍ଥିର ହୋଇଯିବା ପରେ ନିଜକୁ ଏପରି ଭାବେ ପ୍ରସ୍ତୁତ କରନ୍ତୁ, ଯେପରି ଆପଣଙ୍କ ସହ ସଂପର୍କ ଯୋଡ଼ି ଆପଣଙ୍କ ଶ୍ୱଶୁରଘର ଲୋକ ନିଜକୁ ଧନ୍ୟ ମନେ କରିବେ। ତେବେ କ’ଣ କରିବେ, କିପରି କରିବେ ନିଜକୁ ପ୍ରସ୍ତୁତ? କିପରି କଥା ହେବେ, କିପରି ହସିବେ, କିପରି ଆଚରଣ ପ୍ରଦର୍ଶନ କରିବେ ସେ ସବୁ ପ୍ରତି ସତର୍କ ହେବା ଉଚିତ। ହଁ, ଆପଣ ଏହାକୁ ଏକ ରକମର ସାମାଜିକ ଅତ୍ୟାଚାର ଭାବିପାରନ୍ତି। ମାତ୍ର ସେପରି ନୁହେଁ, ଏହା ସଂସ୍କୃତି। ସଂସ୍କୃତି ହି ତ ମଣିଷକୁ ପରିପୂର୍ଣ୍ଣ କରାଇପାରେ। ବିବାହ ପରେ ହେଉଥିବା ପରିବର୍ତ୍ତନକୁ ଅତ୍ୟାଚାର ନ ଭାବି ନିଜକୁ ଗଠନ କରିବା ପାଇଁ ଏକ ସୁଯୋଗ ବୋଲି ଭାବିବା ଠିକ୍‌ ହେବ। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

publive-image

-ଝିଅମାନଙ୍କ ବିବାହ ସ୍ଥିରୀକୃତ ହେବା ପରେ ସେମାନେ ପ୍ରଥମେ ନିଜ ଶ୍ୱଶୁରଘର ସଂପର୍କରେ ଅଧିକରୁ ଅଧିକ ତଥ୍ୟ ଗ୍ରହଣ କରନ୍ତୁୁ। ଯଦି ଆପଣ ନିଜ ଭାବି ସ୍ୱାମୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗରେ ଅଛନ୍ତି ତେବେ ତ କଥା ଆହୁରି ସହଜ ହୋଇଯିବ। ଆଗକୁ ହେବାକୁ ଥିବା ଶାଶୂ, ଶ୍ୱଶୁର ଏବଂ ଘରର ଅନ୍ୟ ସଦସ୍ୟଙ୍କ ପସନ୍ଦ ନାପସନ୍ଦ ସଂପର୍କରେ ଜାଣିବା ପରେ ନିଜକୁ ସେହି ଭାବରେ ପ୍ରସ୍ତୁତ କରନ୍ତୁ।

publive-image

-ବିବାହ ସ୍ଥିର ହେବା ପରେ ଉଭୟ ପୁରୁଷ ଏବଂ ନାରୀ ନିଜକୁ ପରିବର୍ତ୍ତନ କରିବା ପାଇଁ ସଜାଗ ରୁହନ୍ତୁ। ବିବାହ ପରେ ଅନେକ ଇଚ୍ଛା ଓ ସଉକକୁ ତ୍ୟାଗ କରିବାକୁ ପଡ଼େ। ଅନମାନଙ୍କ ଖୁସି ପାଇଁ ନିଜର ନେକ ଇଚ୍ଛାକୁ ଭୁଲିଯିବାକୁ ହୁଏ। ତେଣୁ ଅବିବାହିତ ସମୟରେ ଯଦି ବି ଆପଣ ସାମାନ୍ୟ ଯିଦ୍‌ଖୋର୍‌ ଅଛନ୍ତି ତେବେ ସେ ଗୁଣକୁ ଆଗ ଛାଡ଼ନ୍ତୁ। ଏହି ବୈବାହିକ ଜୀବନରେ ବିଶେଷ ପ୍ରଭାବ ପାକାଇଥାଏ।

publive-image

-ଯଦି ବିବାହ ପୂର୍ବରୁ କାହା ସହ ପ୍ରେମ ସଂପର୍କରେ ଅଛନ୍ତି ତେବେ ଉଭୟଙ୍କ ବୁଝାମଣା କ୍ରମେ ସେ ସଂପର୍କରୁ ନିଜକୁ ବାହାର କରନ୍ତୁ। ବିବାହ ପରେ ବି ପୁରୁଣା ପ୍ରେମକୁ ଭୁଲି ନପାରି ଏମିତି ଅନେକ ଲୋକ ନିଜ ବୈବାହିକ ଜୀବନକୁ ନଷ୍ଟ କରିଦେଇଛନ୍ତି। ଯଦି ମାନସିକ ଭାବେ ପ୍ରସ୍ତୁତ ନୁହଁନ୍ତି ତେବେ ବିବାହ ପାଇଁ ହଁ କୁହନ୍ତୁ ନାହିଁ।

publive-image

-ଯେତେ ବି ଆଧୁନକ ହୁଅନ୍ତୁ ପଛେ ଝିଅମାନେ ବିବାହ ସ୍ଥିର ହେବା ପରେ ଟିକେ ଟିକେ ରୋଷେଇ କାମ ବି ଶିଖନ୍ତୁ। ଜଣେ ବୋହୂ ହେବା ପାଇଁ ଯାହା ସବୁ କରିବାକୁ ହୁଏ ସେ ସବୁକୁ ଧୀରେ ଧୀରେ ଶିଖିବାକୁ ଚେଷ୍ଟା କରନ୍ତୁ।

publive-image

-ପୁଅମାନେ ବିବାହ ସ୍ଥିର ହେବା ପରେ ଅର୍ଥ ସଞ୍ଚୟ କରିବା ଉଚିତ। ବିବାହ ପରେ ଆପଣଙ୍କ ଦାୟିତ୍ୱ ବଢ଼ିବ। ପୂର୍ବରୁ ଯେଉଁଭଳି ଜୀବନ କାଟୁଥିଲେ ସେପରି ପରିସ୍ଥିତି ଆଉ ରହିବ ନାହିଁ। ତେବେ, ବିବାହ ସ୍ଥିର ହେବା ଦିନରୁ ହିଁ ଭବିଷ୍ୟତ ପାଇଁ ସଞ୍ଚୟ ଶିଖିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe