ସିଗାରେଟ ଧୂଆଁଠାରୁ ଅଧିକ କ୍ଷତିକାରକ ଅଗରବତୀ ଧୂଆଁ

ସିଗାରେଟ ଧୂଆଁଠାରୁ ଅଧିକ କ୍ଷତିକାରକ ଅଗରବତୀ ଧୂଆଁ

Hari Bhoomi

ଧୂପ ବା ଅଗରବତୀର ବ୍ୟବହାର ଖାସ କରି ଭାରତୀୟ ମାନଙ୍କ ଘରେ ପୂଜାପାଠ ପାଇଁ ହୋଇଥାଏ। ଆମର ଏକ ଧାରଣା ଅଛି ଯେ, ଏହାର ସୁଗନ୍ଧିତ ଧୂଆଁ ଘରେ ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ। ତେବେ ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡ଼ିଛି, ଅଗରବତୀର ଧୂଆଁ ସିଗାରେଟର ଧୂଆଁଠାରୁ ଅଧିକ କ୍ଷତିକାରକ । ଏହାର ଧୂଆଁରେ ଅଧିକ ପରିମାଣର ପଲିଏରୋମେଟିକ ହାଇଡ଼୍ରୋକାର୍ବନ ଥାଏ, ଯାହା ଦ୍ୱାରା କର୍କଟ, ଶ୍ୱାସ , ମୁଣ୍ଡବିନ୍ଧା ଓ କାଶ ଭଳି ରୋଗ ହୋଇଥାଏ।

ଅଗରବତୀ ଧୂଆଁରେ ଥିବା ନାଇଟ୍ରୋଜେନ ଏବଂ ସଲଫର ଡ଼ାଇଅକ୍ସସାଇଡ଼ ଗ୍ୟାସ ଶରୀର ପ୍ରତି ହାନିକାରକ। ଏହା ଦ୍ୱାରା ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ଶ୍ୱାସ ସମସ୍ୟା ମଧ୍ୟ ହୋଇଥାଏ। ଧୂପରେ ଥିବା କାର୍ବୋନ୍‌ ଅକ୍ସସାଇଡ଼ ଶରୀରରେ ଯାଇ ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ। ଯାହାଦ୍ୱାରା ଫୁସଫୁସ ଜନିତ ରୋଗ ସହ ଥଣ୍ଡା ଏବଂ କାଶ ହୋଇଥାଏ। ଏହି ଧୂଆଁ ବାରମ୍ବାର ଶରୀର ମଧ୍ୟକୁ ଯିବା ହେତୁ ହୃତପିଣ୍ଡର କୋଷ ଗୁଡ଼ିକ ସଂକୁଚିତ ହୋଇଯାଇଥାଏ । ଏହା ଦ୍ୱାର ହୃଦଘାତ ହେବାର ଆଶଙ୍କା ମଧ୍ୟ ଦେଖାଯାଏ।

publive-image YouTube

ଧୂଆଁରେ ଥିବା ହାନିକାରକ କେମିକାଲ ଦ୍ୱାରା ଆଖି କୁଣ୍ଡେଇ ହେବା ସହ ଚର୍ମ ରୋଗ ମଧ୍ୟ ହୋଇଥାଏ। ଏଥିପାଇଁ ଆଖିର ଆଲୋକ ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଦୈନିକ ଏହି ଧୂଆଁ ମହିଳାଙ୍କ ଶରୀର ମଧ୍ୟକୁ ଯିବା ଦ୍ୱାରା ସ୍ତନ କର୍କଟ ହେବାର ସମ୍ଭାବନା ରହିଥାଏ। ଖାଲି ସିଗାରେଟ ନୁହେଁ, ବରଂ ଅଗରବତୀର ଧୂଆଁ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ମାତ୍ରାରେ ହାନିକାରକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe