ଡାଇବେଟିସ୍‌ ହୋଇଥିଲେ କରନ୍ତୁ ନାହିଁ ଏଭଳି ଭୁଲ; ଏପରି କହିଲେ 'ୟେ ହୈ ଚାହତେ'ର ଅଭିନେତ୍ରୀ ଐଶ୍ବର୍ଯ୍ୟା ସଖୁଜା

Advertisment
ଡାଇବେଟିସ୍‌ ହୋଇଥିଲେ କରନ୍ତୁ ନାହିଁ ଏଭଳି ଭୁଲ; ଏପରି କହିଲେ 'ୟେ ହୈ ଚାହତେ'ର ଅଭିନେତ୍ରୀ ଐଶ୍ବର୍ଯ୍ୟା ସଖୁଜା

Picture Courtesy: Pink Villa

ମୁମ୍ବାଇ: ମଧୁମେହ ବା ଡାଇବେଟିସ୍‌ ଏପରି ଏକ ସ୍ୱାସ୍ଥ୍ୟସଂକଟ, ଯାହାକି ଅନ୍ୟ ରୋଗମାନଙ୍କୁ ଟାଣିଆଣେ । ମାତ୍ର ୩୬ ବର୍ଷ ବୟସରେ ଡାଇବେଟିସ୍‌ ରୋଗ ଭଳି ସମସ୍ୟା ସହ ସଂଘର୍ଷ କରୁଛନ୍ତି 'ୟେ ହୈ ଚାହତେ'ର ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ସଖୁଜା । ଡାଇବେଟିସ୍‌ ହୋଇଥିଲେ କେଉଁ ଭୁଲ୍ ଏଡ଼ାଇବା ଉଚିତ୍, ସେ ଏ ବିଷୟରେ ପ୍ରଶଂସକମାନଙ୍କୁ ନିଜ ଅଭିଜ୍ଞତାରୁ ଜଣାଇଛନ୍ତି ।

ସୂଚନାନୁଯାୟୀ, ଐଶ୍ବର୍ଯ୍ୟା ସୋସିଆଲ ମିଡ଼ିଆ ମାଧ୍ୟମରେ ଡାଇବେଟିସ୍‌ ବିଷୟରେ ସଚେତନତା ବାର୍ତ୍ତା ଦେଉଛନ୍ତି । ଏକ ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, "ଯଦି ଆପଣଙ୍କର ନିକଟରେ ଡାଇବେଟିସ୍‌ ହୋଇଛି, ତେବେ ଏହା ଆପଣଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।" ସେ ଅନେକ ଡାକ୍ତରଙ୍କୁ ପରାମର୍ଶ କରିସାରିଛନ୍ତି। ତାଙ୍କର ଆଶାଥିଲା ଯେ କେହି ଜଣେ ଡାକ୍ତର ହୁଏତ କହିବେ ଯେ, ତାଙ୍କର ଟାଇପ-୧ ଡାଇବେଟିସ୍‌ ନାହିଁ ବୋଲି।  କିନ୍ତୁ ଦୁର୍ଭାଗ୍ୟବଶତଃ ଏଭଳି କେହି ବି କହିଲେ ନାହିଁ । ଏହି ରୋଗର ଶିକାର ହେବାପରେ ଅଭିନେତ୍ରୀ କ'ଣ ଭୁଲ୍ କରିଛନ୍ତି ସେ ଏହି ଭିଡିଓରେ କହିଛନ୍ତି।  ସେ ଇନ୍ସୁଲିନର ଡୋଜ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନ ନେଇ ଛାଡ଼ିଦେଉଥିଲେ । ସେ ଭାବୁଥିଲେ ଯେ ଇନ୍ସୁଲିନ ଡୋଜ ନେବା ଦ୍ୱାରା ପେଟର ଓଜନ ବଢ଼ିଯିବ ଓ  ଇନ୍ସୁଲିନ ଉପରେ ନିର୍ଭର କରିବା ଭୁଲ୍ ହେବ। ଏଥିସହ ଆୟୁର୍ବେଦ କିମ୍ବା ଯୋଗ କରିବା ଦ୍ୱାରା ଡାଇବେଟିସ୍‌ ଭଲ ହୋଇ ଯିବ ବୋଲି ମଧ ସେ ଭାବୁଥିଲେ। କିନ୍ତୁ ତାଙ୍କ କ୍ଷେତ୍ରରେ ସେଭଳି କିଛି ହୋଇନାହିଁ।

ଐଶ୍ବର୍ଯ୍ୟା ସଖୁଜା ଆହୁରି ମଧ୍ୟ କହିଛନ୍ତି ଯେ, ''ଏହି ଡାଇବେଟିସ୍‌ ରୋଗ ବିଷୟରେ ଜାଣିବା ପାଇଁ ମୋତେ ଏକ ବର୍ଷ ଲାଗିଯାଇଥିଲା । ଆପଣ ମଧ୍ୟ ଏହି ରୋଗ ବିଷୟରେ ଜାଣିବା ପାଇଁ ସମୟ ନିଅନ୍ତୁ । ଯଦି ଆପଣଙ୍କୁ ଟାଇପ-୧ ଡାଇବେଟିସ୍‌ ହୋଇଛି ତେବେ ମୁଁ କରିଥିବା ଭୁଲ୍ ଆପଣ କରନ୍ତୁ ନାହିଁ'' । ଅଭିନେତ୍ରୀ ସୁସ୍ଥ ରହିବା ପାଇଁ ପ୍ରାର୍ଥନା କରିବା ସହ ଏହି ଅନୁଭୂତି ଜଣାଇଥିବାରୁ ପ୍ରଶଂସକମାନେ ତାଙ୍କୁ ଧନ୍ୟବାଦ ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe