ଖରାଦିନେ ମଦ୍ୟପାନ କରିଲେ ଏହି ରୋଗର ଆଶଙ୍କା ବଢ଼ିଯାଏ 

Advertisment
ଖରାଦିନେ ମଦ୍ୟପାନ କରିଲେ ଏହି ରୋଗର ଆଶଙ୍କା ବଢ଼ିଯାଏ 

495204630

ଅନେକ  ଲୋକ ସଉକରେ ଦୁଇ  ପେଗ୍‌  ରମ୍‌,  ହୁଇସ୍କି  ବା   ଭୋଡକା  ପିଥାନ୍ତି। ଆଉ କେତେକ ମନେ କରନ୍ତି ଯେ ମଦ ପିଇଲେ ଭଲ ନିଦ ହୁଏ। ଆଉ କେତେକ ନିଜର ଦୁଃଖ ଯାତନାରୁ ମୁକ୍ତ ହେବାଲାଗି ମଦ୍ୟ ସେବନ କରିଥାନ୍ତି।   ଦେହ ଗରମ   ହୋଇଯିବ  ।  ଏପରକି    ବହୁ ନିଶାସକ୍ତ   ବ୍ୟକ୍ତି   , ଖରାଦିନେ ବି  ମଦ୍ୟପାନ  କରିଥାନ୍ତି । କିନ୍ତୁ ଏହା ପ୍ରକୃତରେ  କେତେ ଭଲ ବା ଖରାପ ତାହା ଜାଣନ୍ତି ନାହିଁ।

publive-image photo- youtube

ହୃଦ୍‌ରୋଗ  ବିଶେଷଜ୍ଞଙ୍କ ମତ  ଅନୁଯାୟୀ   ଦୁଇ  ପେଗ୍‌  ରମ୍‌, ହୁଇସ୍କି ବା  ଭୋଡକା ପିଇଲେ  ଶରୀର  କିଛି ସମୟ  ପାଇଁ  ଗରମ  ହୋଇଯାଏ, କିନ୍ତୁ ପରେ  ଅକସ୍ମାତ୍‌  ମଧୁମେହ  ଓ ରକ୍ତଚାପ  ବଢିଯିବାର  ଆଶଙ୍କା  ବଢିଯାଏ । ଏଣୁ ଯେଉଁମାନେ  ମଧୁମେହ  ଓ  ଉଚ୍ଚ ରକ୍ତଚାପ ଜନିତ  ରୋଗରେ ପୀଡ଼ିତ, ସେମାନେ  ଏ ଦୃଷ୍ଟିରୁ  ଗ୍ରୀଷ୍ମ ଋତୁରେ  ମଦ୍ୟପାନରୁ  ନିବୃତ୍ତ  ରହିବା  ଉଚିତ  ବୋଲି କୁହାଯାଏ  । ଅତ୍ୟଧିକ ଗରମ ହେଲେ ମଧୁମେହ, ହୃଦ୍‌ରୋଗ ଓ  ରକ୍ତଚାପ  ରୋଗର ଶିକାର ହୋଇଥିବା   ରୋଗୀମାନଙ୍କର  ସମସ୍ୟା  ଅଧିକ ବଢ଼ିଥାଏ । କାରଣ  ଏହି ସମୟରେ  ରକ୍ତ  ଗାଢା  ହୋଇଥାଏ ।  ଫଳତଃ   ଶରୀରରେରକ୍ତ  ଧମନିରେ  ଜୋରରେ  ଗତି  କରିପାରେ  ନାହିଁ  । ଏଣୁ ଖରାଦିନେ  ମଦ୍ୟପାନ  ସଂପୂର୍ଣ୍ଣ   ତ୍ୟାଗ  କରିବା ଉଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe